ସ୍ବାମୀଙ୍କୁ ବେଡରୁମରେ ବନ୍ଦ କରି ସାତ ମହଲାରୁ ଡେଇଁଲେ ନର୍ସ; ୩୯ ଦିନ ତଳେ ହୋଇଥିଲା ବିବାହ

ନୂଆଦିଲ୍ଲୀ: ଛତିଶଗଡର ଦୁର୍ଗ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୨୫ ବର୍ଷୀୟ ଜଣେ ନର୍ସ ସ୍ବାମୀଙ୍କୁ ବେଡରୁମରେ ବନ୍ଦ କରି ସପ୍ତମ ମହଲାରୁ ଡେଇଁପଡି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ନର୍ସ ଜଣକ ୩୯ଦିନ ପୂର୍ବରୁ ବିବାହ କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଛତିଶଗଡର ଦୁର୍ଗ ଜିଲ୍ଲାର ପଦ୍ମନାଭପୁର ଅଞ୍ଚଳର ଆନନ୍ଦ ବିହାର କଲୋନିରେ ଗତ ରବିବାର ରାତି ପ୍ରାୟ ୧୦.୩୦ ସମୟରେ ନର୍ସ ପ୍ରୀତି ଦେୱାଙ୍ଗନଙ୍କ ମୃତଦେହ କୋଠାର ପଛପାର୍ଶ୍ବରେ ପଡ଼ିଥିବା ସ୍ଥାନୀୟଲୋକ ଦେଖିବାକୁ ପାଇଥିଲେ। ସ୍ୱାମୀ ମହେନ୍ଦ୍ର ଦେୱାଙ୍ଗନ ଶୋଇ ଥିବା ବେଳେ ସେ ତାଙ୍କୁ ବାହାର ପଟରୁ ତାଲା ପକାଇ ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ତାଙ୍କ ପୂରା ପରିବାର ସ୍ତବ୍ଧ ହୋଇଯାଇଛନ୍ତି। ଆତ୍ମହତ୍ୟାର ପ୍ରକୃତ କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ଏହି ଘଟଣାର ତଦନ୍ତ କରୁଛି।

डॉक्‍टर पति को बेडरूम में बंद कर नर्स ने 7वीं मंजिल से लगाई छलांग, सवा महीने पहले हुई थी शादी.

ଦୁଃଖର ବିଷୟ ପ୍ରୀତି ପ୍ରାୟ ୩୯ ଦିନ ପୂର୍ବରୁ କୋର୍ଟକୁ ଯାଇ ମହେନ୍ଦ୍ର ଦେୱାଙ୍ଗନ ସହିତ ପ୍ରେମ ବିବାହ କରିଥିଲେ। ଏକ ବର୍ଷ ପୂର୍ବେ ଏକ ଘରୋଇ ଡାକ୍ତରଖାନାରେ ଉଭୟଙ୍କ ପରିଚୟ ହୋଇଥିଲା। ଏହା ପରେ ପ୍ରୀତି ଓ ମହେନ୍ଦ୍ରଙ୍କ ମଧ୍ୟରେ ଥିବା ବନ୍ଧୁତା ପ୍ରେମ ସଂପର୍କରେ ପରିଣତ ହୋଇଥିଲା।

ଆନନ୍ଦ ବିହାର କଲୋନୀରେ ରହୁଥିବା ୨୫ ବର୍ଷର ପ୍ରୀତିଙ୍କ ସ୍ୱାମୀ ମହେନ୍ଦ୍ର ଦେୱାଙ୍ଗନ ପୁଲିସକୁ କହିଛନ୍ତି ଯେ, ‘ରାତି ପ୍ରାୟ ୯.୩୦ ସମୟରେ ଆମେ ଏକାଠି ରାତ୍ରି ଭୋଜନ କରିଥିଲୁ। ଏହି ସମୟରେ ପତ୍ନୀ ପ୍ରୀତି ଚାପଗ୍ରସ୍ତ ଥିବା ମୁଁ ଅନୁଭବ କରିଥିଲି। କିନ୍ତୁ ଏହାକୁ ଏତେ ଗୁରୁତ୍ବର ସହ ନନେଇ ରାତ୍ରି ଭୋଜନ ପରେ ଶୋଇବାକୁ ଚାଲି ଯାଇଥିଲି। ଏହି ସମୟରେ ପତ୍ନୀ ହଠାତ କୋଠରି ବାହାରୁ କବାଟ ବନ୍ଦ କରି ଦେଇଥିଲେ। ମୁଁ ପ୍ରୀତିଙ୍କୁ ଯେତେ ଡାକିଥିଲେ ବି ସେ ମୋ କଥା ଶୁଣି ନ ଥିଲେ।

ଏହା ପରେ ମୁଁ ପଡୋଶୀଙ୍କୁ ଡାକିଥିଲି। ପଡୋଶୀଙ୍କ ସାହାଯ୍ୟରେ କବାଟ ଖୋଲିବା ପରେ ମୁଁ ପ୍ରୀତିଙ୍କୁ ବହୁତ ଖୋଜିଥିଲି କିନ୍ତୁ ପାଇ ନଥିଲି। କଲୋନିର ଜଣେ ମହିଳା ବିଲଡିଂ ପଛେ ପଟେ ଜଣଙ୍କ ମୃତଦେହ ପଡ଼ିଥିବା କଥା କହିଥିଲେ।

ଘଟଣାସ୍ଥଳକୁ ଧାଇଁ ଯାଇ ଦେଖିଲା ବେଳକୁ ପ୍ରୀତିଙ୍କ ରକ୍ତାକ୍ତ ଶରୀର ପଡ଼ିଥିଲା। ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ସେଠାରେ ପ୍ରୀତିଙ୍କୁ ମୃତ ବୋଲି ଘୋଷଣା କରିଥିଲେ।’

डॉक्‍टर पति को बेडरूम में बंद कर नर्स ने 7वीं मंजिल से लगाई छलांग, सवा महीने पहले हुई थी शादी.

ପ୍ରୀତିଙ୍କ ସ୍ୱାମୀ ଡାକ୍ତର ମହେନ୍ଦ୍ର ପୁଲିସକୁ କହିଛନ୍ତି ଯେ, ‘ପ୍ରୀତିଙ୍କ ପାଖକୁ ଗତ କିଛି ଦିନ ହେବ ଧମକପୂର୍ଣ୍ଣ ମେସେଜ ଆସୁଥିଲା। ଯାହାକୁ ନେଇ ସେ ଚିନ୍ତାରେ ରହୁଥିବା ଅନେକ ସମୟରେ ମୁଁ ଦେଖିବାକୁ ପାଇଥିଲି।’

ବର୍ତ୍ତମାନ ପୁଲିସ ଏହି ମାମଲାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର