ଦିଲ୍ଲୀ ମେଟ୍ରୋରେ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପର୍ଣ୍ଣ ସାଇଟ୍‌ରେ ଦେଖିବାକୁ ମିଳିଲା, ଯାଞ୍ଚ କରୁଛି ପୁଲିସ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ମେଟ୍ରୋ ଷ୍ଟେସନ୍‌ରେ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ପର୍ଣ୍ଣସାଇଟ୍‌ରେ ସେୟାର କରାଯିବା ନେଇ ଏକ ଘଟଣା ସାମ୍ନାକୁ ଆସିଛି। ଭିଡିଓରେ ପ୍ରେମୀଯୁଗଳ  ଦିଲ୍ଲୀ ମେଟ୍ରୋର କୌଣସି ଏକ ଷ୍ଟେସନ୍‌ରେ ଅନ୍ତରଙ୍ଗ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଦିଲ୍ଲୀ ମେଟ୍ରୋ ଅଧିକାରୀଙ୍କ ଉପରେ ଚଡ଼କ ପଡ଼ିଛି। ତେବେ ଏହି ଭିଡିଓଟି କେଉଁ ମେଟ୍ରୋ ଷ୍ଟେସନ୍‌ର ସେ ନେଇ ଏଯାବତ କୌଣସି ସୂଚନା ମିଳି ପାରିନାହିଁ। ଏହି ଘଟଣାକୁ ନେଇ ଡିଏମଆରସି ଦିଲ୍ଲୀ ପୁଲିସରେ ଅଜ୍ଞାତ ପ୍ରେମୀଯୁଗଳଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଦିଲ୍ଲୀ ପୁଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରି ଦେଇଛି।

.keralakaumudi.

ସୂଚନାଯୋଗ୍ୟ, ପ୍ରାରମ୍ଭିକ ଯାଞ୍ଚରେ ସାମ୍ନାକୁ ଆସିଥିଲା କି ଦିଲ୍ଲୀ ମେଟ୍ରୋରେ ସିସିଟିଭି କଣ୍ଟ୍ରୋଲ ରୁମ୍‌ରୁ ଜୁଲାଇ ୧୮ ଦ୍ୱିପହର ୨.୨୨ରେ କେହି ଜଣେ ଲାଇଭ୍‌ ଫିଡ୍‌ରୁ ମୋବାଇଲ୍‌ରେ କପୁଲଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ରେକର୍ଡ କରି ପର୍ଣ୍ଣ ସାଇଟ୍‌ରେ ପକାଇ ଦେଇଥିଲେ। ଏହି ଭିଡିଓକୁ ପର୍ଣ୍ଣ ସାଇଟ୍‌ରେ ସେୟାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ବି ଯାଞ୍ଚ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର