ମୋବାଇଲ୍‌ରେ ଲୋଡ କଲେ ପର୍ଣ୍ଣ କ୍ଲିପ୍‌ , ସେଥିରେ ପତ୍ନୀଙ୍କ ଅଶ୍ଳୀଳ ଭିଡିଓ ଦେଖି ସ୍ୱାମୀ ହୋଇଗଲେ ଆଶ୍ଚର୍ଯ୍ୟ

ବରେଲି: ଉତ୍ତରପ୍ରଦେଶର ବରେଲିରେ ଏକ ସାଇବର କ୍ରାଇମ୍‌ ମାମଲା ସାମ୍ନାକୁ ଆସିଛି। ବରେଲିରେ ଥିବା ଏକ ଦୋକାନକୁ ଜଣେ ବ୍ୟକ୍ତି ଆସି ନିଜ ମୋବାଇଲରେ ପର୍ଣ୍ଣ କ୍ଲିପ୍‌ ଡାଉନ୍‌ଲୋଡ କରିବା ପାଇଁ କହିଥିଲେ। ଦୋକାନୀ ବି ଉକ୍ତ ବ୍ୟକ୍ତିଙ୍କ କଥାରେ ତାଙ୍କ ଫୋନ୍‌ରେ ପର୍ଣ୍ଣ କ୍ଲିପ୍‌ ଡାଉନ୍‌ଲୋଡ କରି ଦେଇଥିଲା। ସେ ଘରେ ଆସି ଦେଖିଲା ବେଳକୁ ସେଥିରେ ତାଙ୍କ ପତ୍ନୀଙ୍କର ଅଶ୍ଳୀଳ ଭିଡିଓ ଥିଲା। ଫୋନ୍‌ରେ ପତ୍ନୀଙ୍କ ଏଭଳି ଭିଡିଓ ଦେଖି ସ୍ୱାମୀଙ୍କ ପାଦ ତଳୁ ମାଟି ଖସିଗଲା ପରି ଅନୁଭବ ହୋଇଥିଲା। ପୀଡିତ ସ୍ୱାମୀ ଏ ନେଇ ମାମଲା ମଧ୍ୟ ରୁଜୁ କରିଛନ୍ତି।

ପୀଡିତ ସ୍ୱାମୀଙ୍କ କହିବାନୁସାରେ, ସେ ମଦ କମ୍ପାନିରେ ଜଣେ ସେଲସ୍‌ମ୍ୟାନ୍‌ ଭାବେ କାମ କରନ୍ତି। କମ୍ପାନି କାମରେ ଅନେକ ଦିନ ପର୍ଯ୍ୟନ୍ତ ଘରୁ ସେ ବାହାରେ ରହିଥାଆନ୍ତି । ସେ ଯେତେବେଳେ  ପତ୍ନୀଙ୍କୁ ଫୋନ୍‌ କରନ୍ତି ସେତେବେଳେ ପର୍ଣ୍ଣ ସିନେମା ଧନ୍ଧାରେ ଜଡ଼ିତ ଥିବା ଲୋକମାନେ ତାଙ୍କୁ ଧମକାଇ ଥାଆନ୍ତି। ତେଣୁ ପତ୍ନୀଙ୍କୁ ଏହି ଲୋକମାନଙ୍କ କବଳରୁ ମୁକ୍ତ କରିବା ପାଇଁ ପୀଡିତ ସ୍ୱାମୀ ପୁଲିସକୁ ଗୁହାରି କରିଛନ୍ତି।

ସମ୍ବନ୍ଧିତ ଖବର