ଓଡ଼ିଆ ମହିଳା ତୀର୍ଥଯାତ୍ରୀ ମଥୁରା ମନ୍ଦିରରେ ଦୁଷ୍କର୍ମର ଶିକାର, ମନ୍ଦିରର ଦୁଇ କର୍ମଚାରୀଙ୍କୁ ୪୦ବର୍ଷ ଜେଲ

ମଥୁରା: ଗତବର୍ଷ ସେପ୍ଟେମ୍ବର ୧୧ ତାରିଖରେ କୃଷ୍ଣ ନଗରି ମଥୁରରେ ଏକ ଲଜ୍ଜ୍ୟନୀୟ ଘଟଣା ସାମ୍ନାକୁ ଆସିଥିଲା। ରାଧାରାଣୀ ମନ୍ଦିର ବାହାରେ ଜଣେ ଓଡ଼ିଆ ବିଧବା ମହିଳା ବିଶ୍ରାମ ନେଉଥିବା ସମୟରେ ମନ୍ଦିରର ଦୁଇଜଣ କର୍ମଚାରୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଦୁଷ୍କର୍ମର ସମସ୍ତ ଘଟଣା ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ କୈଦ୍‌ ହୋଇଥିଲା।

ମହିଳାଙ୍କ ଅଭିଯୋଗ କ୍ରମେ ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ କରାଯାଉଥିଲା। ଶନିବାର ଫାଷ୍ଟ-ଟ୍ରାକ୍‌ କୋର୍ଟ ଏହି ମାମଲାର ଶୁଣାଣି କରି ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ମନ୍ଦିରର ଦୁଇଜଣ କର୍ମଚାରୀ କହ୍ନେୟା ଓ ରାଜେନ୍ଦ୍ରଙ୍କୁ ୪୦ବର୍ଷ ଜେଲଦଣ୍ଡର ଶୁଣାଣି କରିଛନ୍ତି। ଏଥିସହିତ ବିଚାରପତି ବିବେକାନନ୍ଦ ସାରନ୍‌ ତ୍ରିପାଠୀ ଦୁଇ ଦୁଷ୍କର୍ମକାରୀଙ୍କୁ ଏକ ଏକ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ପୀଡିତା ମହିଳା ଓଡ଼ିଆ ମହିଳା ରାଧାଷ୍ଟମୀ ଦିନ ମଥୁରା ବୁଲିବାକୁ ଯାଇଥିଲେ। ଏହାପରେ ସେ ରାଧାରାଣୀ ମନ୍ଦିର ବାହାରେ ସେ ବିଶ୍ରାମ ନେଉଥିଲେ। ସେପ୍ଟେମ୍ବର ୧୧ ତାରିଖ ରାତି ସାଢ଼େ ୧୧ରେ ମହିଳା ମନ୍ଦିର ପରିସରରେ ଶୋଇଥିବା ବେଳେ ମନ୍ଦିରରେ ରୋଷୟା ଭାବେ କାମ କରୁଥିବା କହ୍ନେୟା ଆସି ତାଙ୍କ ସହିତ ଅସଦାଚଣ କରିବାକୁ ଚେଷ୍ଟା କରିଥିଲା। ମହିଳା ଜଣକ ପାଟି କରିବାରୁ କହ୍ନେୟା ସେଠାରୁ ପଳାଇ ଯାଇଥିଲା। କିଛି ସମୟ ପରେ କାହ୍ନୟା ରାଜେନ୍ଦ୍ର ଯାଦବ ନାମକ ଜଣେ ଯୁବକଙ୍କୁ ଧରି ମହିଳାଙ୍କ ପାଖକୁ ଆସିଥିଲା। ଦୁହେଁ ମିଶି ମହିଳାଙ୍କୁ ସେଠାରୁ ଉଠାଇ ନେଇ ଗାର୍ଡ ରୁମ୍‌ରେ ଦୁଷ୍କର୍ମ କରିଥିଲେ।

ପୀଡିତା ଓଡ଼ିଆ ମହିଳା କହନ୍ତି, ମନ୍ଦିରର ଦୁଇଜଣ ଯୁବକ ମୋ ସହିତ ଦୁଷ୍କର୍ମ କରିଥିବା ନେଇ ଘଟଣା ଘଟିବାର ପର ଦିନ ମୁଁ ମନ୍ଦିର ପ୍ରଶାସନକୁ ଜଣାଇଥିଲେ। ଯେତେବେଳେ ମନ୍ଦିର ପ୍ରଶାସନ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ସେ ସ୍ତବ୍ଧ ହୋଇଯାଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଦେବା ପାଇଁ ପୁଲିସ ଷ୍ଟେସନ୍‌ ଯାଇଥିଲି, କିନ୍ତୁ ମୋତେ ଅଭିଯୋଗ ରୁଜୁ କରିବାକୁ ନଦେଇ ଫେରାଇ ଦିଆଯାଇଥିଲା। ଏସ୍‌ଏସ୍‌ପିଙ୍କ ପାଖକୁ ଏହି ଘଟଣା ଗଲା ପରେ ସେ ଯାଞ୍ଚ ଆଦେଶ ଦେଇଥିଲେ। ଏହାପରେ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରାଯାଇଥିଲା। ଦୁଇ ଦୁଷ୍କର୍ମକାରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ୩୭୬(ଜି) ଆଧାରରେ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧିତ ଖବର