ଓଡ଼ିଆ ଯୁବକଙ୍କୁ ତାମିଲନାଡ଼ୁରେ ହତ୍ୟା

ରାଜକନିକା : ତାମିଲନାଡ଼ୁ କାମ କରିବାକୁ ଯାଇ ନିଖୋଜ ଥିବା ରାଜକନିକା ବ୍ଲକ୍ ମନ୍ତପଡ଼ା ଗାଁର ଦୈତାରୀ ନାୟକଙ୍କ ପୁଅ ଜୀବେଶ ନାୟକ (୪୨)ଙ୍କୁ ହତ୍ୟା କରାଯାଇଛି। ଏ ସଂପର୍କରେ ଥାନାରେ ଅଭିଯୋଗ ହେବା ପରେ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ଟଣେଇପଦା ଗାଁର ଦୀପକ ରାଉତ ଓ ସିକୁଡ଼ି ଗାଁର ବାବାଜୀ ସାହୁଙ୍କ ସହିତ ଜୀବେଶ୍ ନାୟକ ତାମିଲନାଡ଼ୁ କାମ କରିବା ପାଇଁ ଯାଇଥିଲେ ା ହେଲେ ତାମିଲନାଡ଼ୁରେ ପହଞ୍ଚିବାର ତିିନି ଦିନ ପରେ ଅର୍ଥାତ୍ ଅକ୍ଟୋବର ୩ ତାରିଖରେ ଉଭୟ ଦୀପକ ଓ ବାବାଜୀ ଶୋଇଥିବାବେଳେ ଜୀବେଶ୍ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଜୀବେଶଙ୍କ ନିଖୋଜ ନେଇ ଉଭୟ ଦୀପକ ଓ ବାବାଜୀ ଜୀବେଶଙ୍କ ପରିବାର ଲୋକଙ୍କୁ ଜଣାଇବା ସହିତ ସ୍ଥାନୀୟ ତ୍ରିଚିନାପଲ୍ଲି ରେଳଷ୍ଟେସନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଜୀବେଶଙ୍କ ନିଖୋଜ ହେବାର ଦୀର୍ଘଦିନ ପରେ ଗତ ୨୬ ତାରିଖରେ ଦୀପକ ଓ ବାବାଜୀ ମୋବାଇଲ୍ ଜରିଆରେ ଜୀବେଶଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହର ଫଟୋ ତାଙ୍କ ପରିବାର ଲୋକଙ୍କ ନିକଟକୁ ପଠାଇଥିଲେ। ଏହି ଫଟୋ ଦେଖିବା ପରେ ଜୀବେଶଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ସ୍ପଷ୍ଟ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର