ଭୁବନେଶ୍ୱର: ପୁଣି ଜଣେ ବିଲଡର କ୍ରାଇମ୍ବ୍ରାଞ୍ଚ ଜାଲରେ। ରାଜଧାନୀ ଓ ଉପକଣ୍ଠରେ ଜମି ଓ ଫ୍ଲାଟ୍ ଯୋଗାଇ ଦେବା ନାଁରେ ୫ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଓଡ଼ିଶା ହୋମ୍ସ ମୁଖ୍ୟ ଜଗତଜିତ୍ ନାୟକ। ଆଜି ଜଗତଜିତ୍ଙ୍କୁ କୋର୍ଟ ଚାଲାଣ କରିଛି କ୍ରାଇମ୍ବ୍ରାଞ୍ଚ। କ୍ରାଇମ୍ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଓଡ଼ିଶା ହୋମ୍ସ ନୂଆପଲ୍ଲୀ ଥାନା ଅଧୀନ ଆଇଆର୍ସି ଭିଲେଜରେ କାର୍ଯ୍ୟାଳୟ ଖୋଲିଥିଲା। ୨୦୧୧ରୁ ୨୦୧୪ ମସିହା ପର୍ଯ୍ୟନ୍ତ ସଂସ୍ଥା ପକ୍ଷରୁ ଜଟଣୀ, କୁହା ଏବଂ ଖୋର୍ଧା ଅଞ୍ଚଳରେ ଜମି ଓ ଫ୍ଲାଟ୍ ଯୋଗାଇ ଦେବାକୁ କହି ପାଖାପାଖି ୧୧୫ ଜଣଙ୍କଠାରୁ ଅଗ୍ରୀମ ଟଙ୍କା ନେଇଥିଲା। ଏ ନେଇ ଆଶିଷ ପଟ୍ଟନାୟକ ନାମକ ଜଣେ ଜମାକାରୀ ପ୍ରଥମେ ନୂଆପଲ୍ଲୀ ଥାନା ଓ ପରେ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଜଗତଜିତ୍ଙ୍କୁ ଗିରଫ କରାଯାଇଥିଲା।
ଓଡ଼ିଶା ହୋମ୍ସ ମୁଖ୍ୟ ଗିରଫ
ଜମି ଓ ଫ୍ଲାଟ୍ ଯୋଗାଇ ଦେବା ନାଁରେ ୫ କୋଟି ଠକେଇ
/sambad/media/post_attachments/wp-content/uploads/2018/02/tapas-crimebranch-case.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)