ଜାଲିଆତି କରି ଓଆଇଏସ୍‌ଏଫ୍‌ କନ୍‌ଷ୍ଟେବଲ ଗିରଫ

ଭୁବନେଶ୍ୱର: ମାଟ୍ରିକ୍‌ ସାର୍ଟିଫିକେଟ୍‌ରେ ଜାଲିଆତି କରିଥିବା ଓଆଇଏସ୍‌ଏଫ୍‌(ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ)ର ଜଣେ କନ୍‌ଷ୍ଟେବଲଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ସେ ହେଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳର ମନୋଜ କୁମାର ସିଂହ। ଏଠାରେ ୟୁନିଟ୍‌-୫ ସ୍ଥିତ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିଲେ। ପୁଲିସ ସୂଚନା ମୁତାବକ, ଗତ ୨୦୧୬ ମସିହାରେ ମନୋଜ ଓଆଇଏସ୍‌ଏଫ୍‌ କନ୍‌ଷ୍ଟେବଲ ଭାବେ ନିଯୁକ୍ତି ପାଇଥିଲେ। ତେବେ ଇଣ୍ଟରଭ୍ୟୁ ସମୟରେ ମନୋଜ ମାଟ୍ରିକ ସାର୍ଟିଫିକେଟରେ ଜାଲିଆତି କରି ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ସାର୍ଟିଫିକେଟରେ ଯାଞ୍ଚ ବେଳେ ତାହା ନକଲି ବୋଲି ଜଣା ପଡ଼ିଥିଲା। ଏ ନେଇ କମାଣ୍ଡାଣ୍ଟ ରାଧା ମହାପାତ୍ର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ମନୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର