ବ୍ରାଣ୍ଡେଡ୍‌ ପୋଷାକ କିଣିବାକୁ ଓଲା ଡ୍ରାଇଭର୍‌କୁ ହତ୍ୟା କଲେ ଜଣେ ତରୁଣ ଓ ଅନ୍ୟ ୫ ଜଣ

ନୂଆଦିଲ୍ଲୀ: ଦିଲ୍ଲୀ ନଗରୀ ବାହାରେ ଅଲିପୁର ଠାରେ ଏକ ଫାଙ୍କା ଜାଗାରେ ଜଣେ ଓଲା କାର୍‌ ଡ୍ରାଇଭର୍‌ଙ୍କ ଶବ ମଳିବାର ସପ୍ତାହେ ପରେ ପୁଲିସ ୬ ଜଣ ତରୁଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ନାବାଳକ। ଆତତାୟୀ ତରୁଣମାନେ ଓଲା କାର୍‌ଟିକୁ ବିକ୍ରୟ କରି ବ୍ରାଣ୍ଡେଡ୍‌ ପୋଷାକ କିଣିବା ସହ ସେମାନଙ୍କ ପରିବାରକୁ ଦାରିଦ୍ର୍ୟ-ମୁକ୍ତ କରିବାକୁ ଏହି ହତ୍ୟା କରିଥିଲେ।

ଅଭିଯୁକ୍ତମାନେ ହେଲେ ୨୧ ବର୍ଷିୟ ରାହୁଳ ସାଇନି, ୨୫ ବର୍ଷିୟ ନବୀନ, ୧୯ ବର୍ଷିୟ ହେମନ୍ତ, ୨୫ ବର୍ଷିୟ ଅମିତ ଦହିୟାର୍‌ ଓରଫ୍‌ ବଣ୍ଟି, ୨୦ ବର୍ଷିୟ ବିଶାଳ ଏବଂ ଜଣେ ନାବାଳକ। ଏ ସମସ୍ତେ ପ୍ରଥମ ଥର ପାଇଁ ଅପରାଧ କରିଛନ୍ତି। ପୁଲିସ ସେମାନଙ୍କ ଠାରୁ କାର୍‌ଟିକୁ ଜବତ କରିବା ସହ ତିନୋଟି ଦେଶୀ ବନ୍ଧୁକ ଓ ଛଅଟି ଗୁଳିଥିବା ଖୋକା ଜବତ କରିଛନ୍ତି।

ଗତ ଶୁକ୍ରବାର ଦିନ, ଆଲିପୁର ଥାନା ପୁଲିସକୁ ଖବର ମିଳିଥିଲା କି, ଖାମ୍ପୁର୍‌ ରେଡ଼ିଓ ଷ୍ଟେସନ୍‌ ପଛରେ ଥିବା ଖାଲି ପ୍ଲଟ୍‌ରେ ଶବଟିଏ ପଡ଼ିଛି। ତାଙ୍କ ସାର୍ଟରେ ଥିବା ଏକ ଚିହ୍ନରୁ ଜଣାପଡ଼ିଲା ତାହା ନୋଏଡ଼ା ସେକ୍ଟର୍‌ ୪୫ ବାସିନ୍ଦା ୩୫ ବର୍ଷିୟ ହରି ନାରାୟଣଙ୍କ ଶବ। ତାଙ୍କ ପରିବାର ଲୋକଙ୍କୁ ଜଣାଯିବା ପରେ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଗଲା। ଗଳାରୋଧ କରାଯାଇ ତାଙ୍କୁ ହତ୍ୟା କରାଯାଇଛି ବୋଲି ରିପୋର୍ଟ ମିଳବା ପରେ ପୁଲିସ ତଦନ୍ତ ବେଗ ବଢ଼ାଇଥିଲା। ଜିପିଏସ୍‌ ଡାଟା ସ୍କାନ୍‌ କରିବା ପରେ ସୋନିପତର ନରେଲା, ନହରି, ବାଙ୍କର୍‌ ଏବଂ ଖେରି ମଞ୍ଜିତ ଗାଁରେ କାର୍‌ଟି ଚଳପ୍ରଚଳ କରୁଥିବା କଥା ପୁଲିସ ଜାଣିଲା।

ଗରୁବାର ପ୍ରତ୍ୟୁଷରେ ନରେଲାରୁ ରାହୁଳ, ନବୀନ ଏବଂ ହେମନ୍ତ ଧରା ହେଲେ। ସେମାନେ ତାଙ୍କ ସହଯୋଗୀଙ୍କ ନାଁ ପ୍ରକାଶ କଲେ। ଅମିତ ଓ ବିଶାଳଙ୍କ ଛଡ଼ା ଜଣେ ୧୭ ବର୍ଷିୟ ତରୁଣ ମଧ୍ୟ ଧରା ହେଲେ। ଜଣାପଡ଼ିଲା ରାହୁଳ, ନବୀନ, ହେମନ୍ତ ଓ ବଣ୍ଟି ବାଲ୍ୟବନ୍ଧୁ। ସେମାନେ ଥିଲେ ବେକାର କିନ୍ତୁ, ତାଙ୍କର ଟଙ୍କା ଆବଶ୍ୟକ ଥିଲା। ତେଣୁ ସେମାନେ ଗ୍ୟାଙ୍ଗଟିଏ କରି ଉତ୍ତର ପ୍ରଦେଶର ମୋରାଦାବାଦରୁ ଦେଶୀ ପିସ୍ତଲ ତିନୋଟି କିଣିଲେ।

ମାର୍ଚ ୨୩ରେ ନବୀନ ନିଜ ଫୋନ୍‌ରେ କଶ୍ମୀରେ ଗେଟ୍‌କୁ ଓଲା କାର୍‌ ବୁକ୍‌ କଲା। କାର୍‌ ଆସି ପହଞ୍ଚିବା ମାତ୍ରେ ସେମାନେ ଯାତ୍ରା ବାତିଲ କରିଦେଲେ। ତା’ପରେ କାର୍‌ରେ ବସି ଡ୍ରାଇଭର୍‌ ନାରାୟଣଙ୍କୁ ଛୁରା ଦେଖାଇ, କାର୍‌ ଚଳାଇବାକୁ କହିଲେ। ଏକ ପରିତ୍ୟକ୍ତ ଅଞ୍ଚଳରେ ପହଞ୍ଚିବା ପରେ ସେମାନେ ନାରାୟଣଙ୍କୁ କାବୁ କରି ଗାମୁଛାରେ ତା’ ଗଳା ଚିପି ମାରିଦେଲେ। ତା’ ଶବକୁ ନେଇ କିଛି ବାଟ ଯିବା ପରେ ସେ ଖାଲି ପ୍ଲଟ୍‌ରେ ଶବ ଫିଙ୍ଗି ଦେଇଥିଲେ। କାର୍‌ ଚିହ୍ନଟ ନ ହେବା ପାଇଁ ସେମାନେ ଓଲା ଦେଇଥିବା କିଟ୍‌ଟିକୁ କାଢ଼ି ଦେଇଥିଲେ। ତା’ପରେ ସେମାନେ କାର୍‌ଟିକୁ ବିକ୍ରି କରିବାକୁ ଉପାୟ କରିଥିଲେ।

ସମ୍ବନ୍ଧିତ ଖବର