ପୁରୁଣା ବସ୍‌ଷ୍ଟାଣ୍ଡ୍‌ରୁ ୧୬ ଜୁଆଡ଼ି ଗିରଫ

୨୮ ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌ ଓ ତାସ୍‌ ଜବତ

ଭୁବନେଶ୍ୱର: ୟୁନିଟ୍‌-୨ ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ କ୍ୟାପିଟାଲ ଥାନା ପୁଲିସ ଚଢ଼ାଉ କରି ୧୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ଠାରୁ ୨୮ ହଜାର ଟଙ୍କା, ୫ଟି ମୋବାଇଲ୍‌ ଫୋନ୍‌, ଓ ପାଲି ଜବତ କରିଛି। ସେମାନେ ହେଲେ ବଡ଼ଗଡ଼ ଥାନା ଅଞ୍ଚଳର ଏକାଦଶୀ ଦାସ(୩୫), ମୋହନ ସାହୁ(୪୨), ବାଲିଅନ୍ତା ଅଞ୍ଚଳର ରମେଶ ଚନ୍ଦ୍ର ଜେନା(୪୮), କଟକ ବିଡ଼ାନାଶି ଅଞ୍ଚଳର ନାରାୟଣ ଭୋଳ(୨୮), ସିଡିଏ ଅଞ୍ଚଳର ଆଶିସ୍‌ ସାହୁ(୨୮), ମଙ୍ଗଳାବାଗ ଅଞ୍ଚଳର କାର୍ତ୍ତିକ ସାହୁ(୩୪), ପ୍ରଭାତ ବିଶୋଇ(୩୬), ମଞ୍ଚେଶ୍ୱର ଥାନା ଅଞ୍ଚଳର ସୁକାନ୍ତ ସାହୁ, ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳର ରାକେଶ ପଟେଲ୍‌(୩୫), ନୂଆପଲ୍ଲୀ ଥାନା ଆଇଆର୍‌ସି ଭିଲେଜ୍‌ ଅଞ୍ଚଳର ପ୍ରତାପ ଚନ୍ଦ୍ର ପଣ୍ଡା(୫୧), ଖଣ୍ଡଗିରି ଅଞ୍ଚଳର ନାରାୟଣ ରାଉତ(୨୮), ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ସୁବାଷ ଚନ୍ଦ୍ର ନାୟକ(୫୨), ଏୟାରଫିଲ୍ଡ ଥାନା ପୋଖରୀପୁଟ୍‌ ଅଞ୍ଚଳର ଭବାନୀ ଶଙ୍କର ମହାନ୍ତି(୩୯), ଖାରବେଳନଗର ଥାନା ଅଞ୍ଚଳର ଏସ୍‌କେ ମଇଦୁଲ୍‌(୨୧), ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର ଦୁଷାସନ୍‌ ରାଉତ(୬୦) ଓ ଜଙ୍କିଆ ଅଞ୍ଚଳର ସୁବାଷ ପ୍ରଧାନ(୩୨)।

ପୁଲିସ ସୂଚନା ମୁତାବକ, ବୁଧବାର ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ସମସ୍ତ ଜୁଆଡ଼ିମାନେ ୟୁନିଟ୍‌-୨ ସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ଘରେ ଜୁଆ ଆଡ୍ଡା ଚାଲିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସର ଏକ ଟିମ୍‌ ତୁରନ୍ତ ସେଠାରେ ପହଞ୍ଚି ଚଢ଼ାଉ କରିଥିଲା। ପୁଲିସକୁ ଦେଖି ସେଠାରେ ଥିବା କେତେଜଣ ଜୁଆଡ଼ିମାନେ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ସେଠାରୁ ୧୬ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଜୁଆଡ଼ିମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ସେମାନଙ୍କୁ ଥାନାରେ ପଚରା ଉଚରା ପରେ କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର