ଭୁବନେଶ୍ୱର: ୧୨ ବର୍ଷର ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଇବି ପ୍ଲଟ ନମ୍ବର ୩୬୮ରେ ରହୁଥିବା କଟକ କାନପୁର ସାଇରିଆର ଦିବାକର ମହାପାତ୍ର(୭୩)ଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ନାବାଳିକା ତାଙ୍କ ଘରକୁ ପାଣି ନେବା ପାଇଁ ଆସିଥିବା ବେଳେ ସେ ତାଙ୍କୁ ମାଡ଼ି ବସି ଅସଦାଚରଣ କରିଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ ତାଙ୍କ ଘରୁ ଦିବାକରଙ୍କୁ ଗିରଫ କରିଛି। ତେବେ ‘ନାତୁଣୀ ହିସାବରେ ଗେଲ କରୁଥିଲି, ଖରାପ ଉଦ୍ଦେଶ୍ୟ ନଥିଲା’ ବୋଲି ବୃଦ୍ଧ ଦିବାକର କହିଛନ୍ତି। ପୁଲିସ ସୂଚନା ମୁତାବକ, ଦିବାକର ଅବସର ନେବା ପରେ ଏଠାରେ ୪୦ ବର୍ଷ ଧରି ଘର କରି ରହୁଛନ୍ତି। ତାଙ୍କ ପତ୍ନୀଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁତ୍ର ବଧୂ ମଧ୍ୟ ଦୀର୍ଘ ଦିନ ହେବ ଘରେ ରହୁନାହାନ୍ତି। ତାଙ୍କ ଘରେ ଅସଦାଚରଣର ଶିକାର ହୋଇଥିବା ନାବାଳିକାର ପରିବାର ଭଡ଼ା ରହୁଥିଲେ। ପୁତ୍ରଙ୍କ ଆଚରଣ ଭଲ ନଲାଗିବାରୁ ପୀଡ଼ିତାଙ୍କ ପରିବାର ଦିବାକରଙ୍କ ଘର ଛାଡ଼ି ଦେଇ କିଛି ଦୂରରେ ରହୁଥିଲେ। ଗତକାଲି ୪ଟା ବେଳେ ବେଳେ ଦିବାକରଙ୍କ ଘରକୁ ନାବାଳିକା ପାଣି ପାଇଁ ଆସିଥିଲା। ସେତେବେଳେ ନାବାଳିକାକୁ ବୃଦ୍ଧ ଦିବାକର ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।
ନାବାଳିକାକୁ ଅସଦାଚରଣ, ବୃଦ୍ଧ ଗିରଫ
/sambad/media/post_attachments/wp-content/uploads/2019/06/arrestment-620x400-1.jpg)