ଭଦ୍ରକ: ଯୁବତୀଙ୍କୁ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ପୁଲିସ ଜଣେ ବୃଦ୍ଧକୁ ଗିରଫ କରିଛି। ଗିରଫ ବୃଦ୍ଧ ଜଣକ ହେଉଛନ୍ତି ଗ୍ରାମାଞ୍ଚଳ ଥାନା ଏରେଇଁ ଅଞ୍ଚଳର ଏସ.କେ ସରିଫ। ସରିଫଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ। ସେ ଏଫସିଆଇରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ।

Advertisment

ଆଜି ଭଦ୍ରକରେ ପୁଣି ଏକ ଅଶ୍ଳୀଳ ମେସେଜ୍‌ ପଠାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଜଣେ ବୟସ୍କ ବ୍ୟକ୍ତି ଜଣେ ଯୁବତୀଙ୍କ ନିକଟକୁ ତାଙ୍କ ମୋବାଇଲରେ ଅଶ୍ଳୀଳ ମେସେଜ୍‌ ପଠାଇବା ଘଟଣାର ଅଭିଯୋଗ ହେବା ପରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ସଂପୃକ୍ତ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୋବାଇଲରେ ଅଶ୍ଳୀଳ ମେସେଜ ପଠାଇବା ଶେଷରେ ବୟସ୍କ ଲୋକଙ୍କୁ ମହଙ୍ଗା ପଡିଛି। ଗିରଫ ହେବା ପରେ ତାଙ୍କର ଜାମିନ୍‌ ଆବେଦନ ନାମଂଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛିଯ ଏଇ ଘଟଣା ଆଜି ଦିନ ତମାମ ଭଦ୍ରକରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା।

ଅଭିଯୋଗରୁ ପ୍ରକାଶ ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପାର ଏରେଇ ଅଞ୍ଚଳର ଏସ.କେ. ସରିଫ୍‌ ନାମକ ଜଣେ ବ୍ୟକ୍ତି ରହୁଥିଲେଯ ତାଙ୍କର ନିଜ ଘର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ। ସେ ଏଫସିଆଇରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେଯ ୨୦୦୨ ମସିହାରୁ ସେ ସେ ଭଦ୍ରକ ଜିଲ୍ଲାର ଚରମ୍ପା ନିକଟବର୍ତ୍ତୀ ଏରେଇ ଗ୍ରାମରେ ପରିବାର ସହ ରହୁଥିଲେ। ଗ୍ରାମର ଏକାଧିକ ଯୁବତୀଙ୍କ ନିକଟକୁ ଏଭଳି ଅଶ୍ଳୀଳ ମେସେଜ୍‌ ପଠାଇଥିବା ଅଭିଯୋଗରେ ଆଜି ଗ୍ରାମାଞ୍ଚଳ ପୁଲିସ ତାଙ୍କୁ ଗିରଫ କରିଛି।