୭୦ବର୍ଷର ବୁଢ଼ି ମା’କୁ ଘରୁ ବାହାର କରି ବୁଲିବାକୁ ପଳାଇଲେ ପୁଅ-ବୋହୂ

କୋଲକାତା: ପିତା-ମାତା ଓ ବୁଢ଼ା-ବୁଢ଼ୀଙ୍କୁ ପ୍ରପୀଡିତ କରୁଥିବା ମାମଲା ଧୀରେ ଧୀରେ ଗମ୍ଭୀର ରୂପ ନେବାରେ ଲାଗିଛି। ପଶ୍ଚିମ ବଙ୍ଗଳାର ବେରକପୁରରେ ବସବାସ କରୁଥିବା ୭୦ବର୍ଷୀୟ ଶରମଣୀ ଭଟ୍ଟାଚାର୍ଯ୍ୟ ଓ ତାଙ୍କ ପୁଅ-ବୋହୂ ଅନେକ ନିର୍ଯାତନା ଦେଇ ଆସୁଛନ୍ତି। ଶରମଣୀ ଏହି ମାମଲାରେ ଏଥିପାଇଁ ଚୁପ୍‌ ଅଛନ୍ତି କାହିଁକା ନା ତାଙ୍କ ପୁଅ-ବୋହୂର ସାମଜରେ ବନନାମ୍‌ ନହେଉ।

ଶରମଣୀଙ୍କ ପୁଅ ରତନ ଓ ବୋହୂ ସ୍ୱାତୀ ବେକରପୁରର ଏକ ସ୍କୁଲରେ ପାଠ ପଢ଼ାଉଛନ୍ତି। ପୁଅ-ବୋହୂ କେବେ ଲୋକହସା ନହୁଅନ୍ତି ସେଥିପାଇଁ ଶରମଣୀ ଏହି ବିଷୟରେ କାହାକୁ କିଛି କୁହନ୍ତି ନାହିଁ। ଶାଶୁ କିଛି ନକହୁଥିବାରୁ ବୋହୂ ଏହାର ସୁଯୋଗ ନେଇ ଚାଲିଥିଲା। ପୁଅ-ବୋହୂ ବୁଢ଼ୀ ମା’କୁ ରାସ୍ତାରେ ଛାଡ଼ି ବୁଲିବାକୁ ଚାଲି ଯାଇଥିବା ଜଣାପଡ଼ିଛି। ଘରୁ ବାହାର କରି ଦେଇଥିବା ବୁଢ଼ୀ ମା’ ପାଖରେ ଥିଲା କେଇ ଖଣ୍ଡ ପୁରୁଣା ପୋଷାକ ଓ ଶୁଖିଲା ଚାଉଳ। ସେ କିଛିଦିନ ପର୍ଯ୍ୟନ୍ତ ନିଜ ଘର ବାହାରେ ରହିଥିଲେ । ପାଖପଡୋଶୀ ବୃଦ୍ଧାଙ୍କୁ ଏଭଳି ଅବସ୍ଥାରେ ଦେଖି କ’ଣ ହୋଇଛି ବୋଲି ପଚାରି ବୁଝିଥିଲେ।

ପଡୋଶୀଙ୍କ କହିବା ମୁତାବକ, ଏହି ଘଟଣା ପୂର୍ବରୁ ବି ଏମିତି ଆଉ ଥରେ ବି ଘଟି ସାରିଛି। ଗତଥର ବି ପୁଅ-ବୋହୂ ନିଜର ବୃଦ୍ଧା ମା’କୁ ଥଣ୍ଡା କାକରରେ ଛାଡ଼ି ବୁଲିବାକୁ ଚାଲି ଯାଇଥିଲେ। ସ୍ଥାନୀୟ ସମାଜସେବୀ ସଙ୍ଗଠନ ବୃଦ୍ଧାଙ୍କ ଖାଇବା ପିଇବା ବ୍ୟବସ୍ଥା କରି ଦେଇଛନ୍ତି ଓ ପୁଅ-ବୋହୂର ଆସିବା ବାଟକୁ ଅନାଇଛନ୍ତି। ସେମାନେ ଆସିଲେ ମାମଲା ରୁଜୁ କରାଯିବ।

ସମ୍ବନ୍ଧିତ ଖବର