ଅହମ୍ମଦାବାଦ: ଅହମ୍ମଦାବାଦରେ ଜଣେ କାର ମାଲିକ ତାଙ୍କ କାରର ପଙ୍କଚର୍ ହୋଇଥିବା ଟାୟାର ବଦଳାଉଥିବା ବେଳେ କୌଶଳକ୍ରମେ ଜଣେ ଚୋର ତାଙ୍କ କାର ଭିତରୁ ସୁନା ଅଳଙ୍କାରର ଏକ ବ୍ୟାଗ ଥରି ଚମ୍ପଟ ମାରିଥିଲା। ଏହି ଘଟଣାର ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ ହୋଇଯାଇଥିଲା। ଭିଡିଓଟି ଏବେ ସାମ୍ନାକୁ ଆସିବା ପରେ କାର ଭିତରୁ ସୁନା ବ୍ୟାଗ କିପରି ଚୋରି ହୋଇଥିଲା ତାହା ଜଣାପଡ଼ିଛି। ଭିଡିଓରେ ଦେଖିବାକୁ ମିଳୁଥିବା ଚୋର ମୁହଁରେ ଏକ ମାସ୍କ ବା କପଡା ବନ୍ଧା ହୋଇଥିବା ଦେଖିବାକୁ ମିଳିଛି।
ତେବେ କାରରୁ ଅଳଙ୍କାର ଚୋରି ହୋଇଯିବା ପରେ ଶ୍ରୀଫାଲ ସୋସାଇଟିରେ ରହୁଥିବା କାର ମାଲିକ ମନୀଷଭାଇ ଭାଗେଲା ତାଙ୍କର ୨୦ଲକ୍ଷ ଟଙ୍କାର ସୁନା ଚୋରି ହୋଇଯାଇଥିବା ନେଇ ପୁଲିସରେ ଅଭିଯୋଗ କରିଥିଲେ ।
ଗୁଜୁରାଟ ପୁଲିସର ସୂଚନାନୁସାରେ, ବୁଧବାର ଦିନ ଅହମ୍ମଦାବାଦ ସହରରେ ଏହି ଚୋରି ଘଟଣା ଘଟିଛି। କାର ମାଲିକ ମନୀଷଭାଇ ଭାଗେଲା ବ୍ୟାଙ୍କ ଲକରରୁ ସୁନା ଆଣିବା ପରେ ଅଧା ରାସ୍ତାରେ ତାଙ୍କ ଟାୟାର ପଂଙ୍କଚର ହୋଇଯାଇଥିଲା। ସେ ଏକ ସ୍ଥାନରେ କାରକୁ ରଖି ଟାୟାର ବଦଳାଇବାରେ ବ୍ୟସ୍ତ ଥିଲେ। ଏହି ସମୟରେ କାର ଭିତରେ ଥିବା ବ୍ୟାଗରେ ସୁନା ଥିବା ଚୋର ଜାଣି ପାରି ଉକ୍ତ ବ୍ୟାଗକୁ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ସିସିଟିଭି ଫୁଟେଜରେ କୈଦ ହୋଇଥିବା ଭିଡିଓକୁ ଆଧାର କରି ଚୋରକୁ ଖୋଜା ଚାଲିଥିବା ପୁଲିସ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/x20lakhgold-1603431205.jpg.pagespeed.ic_.ObGrsdSS_T.jpg)