ମହିଳା ମଗାଇଥିଲେ ‘ଆପଲ୍’ର ଆଇଫୋନ୍, ଘରେ ପହଞ୍ଚିଲା ଆପଲ୍ ସ୍ବାଦଯୁକ୍ତ ଦହି ପ୍ୟାକେଟ୍

ନୂଆଦିଲ୍ଲୀ: ଇ-କମର୍ସ ୱେବସାଇଟରୁ ଅନଲାଇନ କିଣାକିଣି ସମୟରେ ଅନେକ ଥର ଗ୍ରାହକ ଠକେଇର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗ୍ରାହକ ଅନଲାଇନରେ ଗୋଟିଏ ଜିନିଷ ମଗାଉଥିବା ବେଳେ ଘରେ ଆସି ଆଉ ଗୋଟିଏ ଜିନିଷ ପହଞ୍ଚିଥିବାର ଘଟଣାର ପୂର୍ବର ଅନେକ ଥର ଶୁଣିବାକୁ ମିଳିଛି। ତେଣୁ ମହଙ୍ଗା ସାମଗ୍ରୀ କିଣିବା ସମୟରେ ଗ୍ରାହକଙ୍କୁ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ଚୀନର ଜଣେ ମହିଳା ଏମିତି ଏକ ଠକେଇର ଶିକାର ହୋଇଛନ୍ତି।

ଚୀନରେ ବସବାସ କରୁଥିବା ଲିୟୁ ନାମକ ମହିଳା ଆଇଫୋନ ଅର୍ଡର କରିଥିଲେ। ଅର୍ଡର ପହଞ୍ଚିବା ପରେ ସେ ଯେତେବେଳେ ଉକ୍ତ ପ୍ୟାକେଟକୁ ଖୋଲିଥିଲେ ତା’ ମଧ୍ୟରେ ଥିବା ସାମଗ୍ରୀକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଖୋଳ ଭିତରେ ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସ ଫୋନ ବଦଳରେ ଥିଲା ଆପଲ୍ ସ୍ବାଦର ଦହି। ମହିଳା ଜଣକ ଉକ୍ତ ଘଟଣାକୁ ସୋସିଆଲ ମିଡିଆ ଉଇବୋ ସାଇଟରେ ପୋଷ୍ଟ କରି ଦେଇଥିଲେ।

ମହିଳାଙ୍କ ଏହି ପୋଷ୍ଟକୁ  ଆଧାର କରି ଏହି ଘଟଣାରେ ସମ୍ପୃକ୍ତ ଥିବା ଚୀନ୍‌ର ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ନାମ ଲଙ୍ଗ ବୋଲି ଜଣାପଡ଼ିଛି।

ଲଙ୍ଗ ଫେବ୍ରୁଆରି  ୬ରୁ ୧୮ ମଧ୍ୟରେ ଅନହୁଇ ଏବଂ ସାଂଘାଇ ମଧ୍ୟରେ ମାଲ ପରିବହନ କରୁଥିବା ସ୍ୱୀକାର କରିଥିଲେ । ଲିୟୁ ନାମକ ଏହି ମହିଳା ୧୫୦୦ ଡଲାରରୁ ଅଧିକ ମୂଲ୍ୟରେ ଏକ ଆପଲ୍ ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସ ପାଇଁ ଅର୍ଡର କରିଥିଲେ। ଫେବ୍ରୁଆରି ୧୬ରେ ଏହା ଡେଲିଭରି ହୋଇଥିଲା। କିନ୍ତୁ ବକ୍ସରେ ଆଇଫୋନ ବଦଳରେ ଥିଲା ଏକ ଆପଲ୍ ସ୍ବାଦଯୁକ୍ତ ଦହି ।

ସମ୍ବନ୍ଧିତ ଖବର