ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମକୁ ଇତି ମଧ୍ୟରେ ୬ ବର୍ଷ ହୋଇଗଲାଣି। ଏହି ମାମଲାରେ ଆଇନ୍‌ର ଅପାରଗତା ଦର୍ଶାଇ ନିରାଶ ବ୍ୟକ୍ତ କରିଛନ୍ତି ନିର୍ଭୟାଙ୍କ ମାଆ ଆଶା ଦେବୀ। ସେ ଦେଶର ଅନ୍ୟ ମାଆବାପାମାନଙ୍କୁ କହିଛନ୍ତି କି ସେମାନଙ୍କ ସେମାନଙ୍କ ଝିଅକୁ ଶିକ୍ଷାରୁ ବଞ୍ଚିତ ନକରନ୍ତୁ। ଆହୁରି ବି କହିଛନ୍ତି କି ଝିଅମାନେ ନିଜକୁ କେବେ ବି ଦୁର୍ବଳ ଭାବନ୍ତୁ ନାହିଁ।

Advertisment

୨୦୧୨ ମସିହାରେ ଦେଶରେ ଆତଙ୍କ ମଚାଇଥିବା ନିର୍ଭୟାକାଣ୍ଡର ଷଷ୍ଠ ବର୍ଷରେ ଆଶା ଦେବୀ ଗଣମାଧ୍ୟମରେ ଏପରି ପ୍ରକାଶ କରିଛନ୍ତି। ‘ଏହି ମାମଲାର ଦୋଷୀ ଏବେ ବି ଜୀବିତ ଅଛନ୍ତି। ଏହା ହେଉଛି କାନୁନର ବିଫଳତା। ମୁଁ ସମସ୍ତ ଝିଅମାନଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ନିଜକୁ କୌଣସି ବି ପରିସ୍ଥିତିରେ ଦୁର୍ବଳ ଭାବନ୍ତୁ ନାହିଁ। ମୁଁ ସେମାନଙ୍କ ବାପାମାଆମାନଙ୍କୁ ଅନୁରୋଧ କରୁଛି ସେମାନେ କେବେ ବି ନିଜ ଝିଅର ପାଠପଢ଼ାରେ ଖିଲାପ କରନ୍ତୁ ନାହିଁ’ ବୋଲି ନିର୍ଭୟାଙ୍କ ମାଆ କହିଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ୨୦୧୨ ମସିହାରେ ଡିସେମ୍ବର ୧୬-୧୭ ମଧ୍ୟ ରାତ୍ରରେ ପାରାମେଡିକାଲ୍‌ ଛାତ୍ରୀ ନିର୍ଭୟା ଦକ୍ଷିଣ ଦିଲ୍ଳୀର ଏକ ଚଳନ୍ତା ବସ୍‌ରେ ଦୁଷ୍କର୍ମର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ତାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ। ପାଞ୍ଚ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ମଧ୍ୟ ଥିଲେ।