ଚାକିରି ଇଣ୍ଟରଭିୟୁ ପାଇଁ ଯିବାରୁ ବୋହୂକୁ ଶଶୁରର ଇଟାରେ ଆକ୍ରମଣ, ଭାଇରାଲ୍‌ ହେଲା ଭିଡିଓ

ଦିଲ୍ଲୀ: ରାଜଧାନୀ ଦିଳ୍ଲୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉତ୍ତରପଶ୍ଚିମ ଦିଲ୍ଲୀରେ ଜଣେ ୧୬ ବର୍ଷୀୟା ବୋହୂଙ୍କୁ ତାଙ୍କ ଶଶୁର ରାସ୍ତା ମଝିରେ ଅତି ନିର୍ମମ ଭାବେ ଇଟାରେ ଛେଚି ଆକ୍ରମଣ କରୁଥିବାର ‌ଦୃଶ୍ୟ ଦେଖିବାକୁ ମିଳିଛି। ବୋହୂ ବାହାରେ କାମ କରିବାକୁ ଚାହୁଁଥିବାରୁ ରାଗରେ ଆସି ଶଶୁର ଏପରି କରିଥିବା ପୁଲିସ୍‌ ସୂଚନା ଦେଇଛି।

ଏହି ଘଟଣାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ପୀଡ଼ିତା ବୋହୂଙ୍କ ନାମ କାଜଲ। ସୂଚନାରୁ ପ୍ରକାଶ ଯେ କାଜଲ ବାହାରେ କାମ କରି ତାଙ୍କ ସ୍ବାମୀଙ୍କୁ ଆର୍ଥିକ ସହାୟତା ଦେବାକୁ ଭାବି ଏକଥା ପରିବାର ଲୋକଙ୍କ ଆଗରେ କହିଲେ। ମାତ୍ର ଏକଥା କାଜଲଙ୍କ ଶଶୁରଙ୍କୁ ପସନ୍ଦ ଆସିଲା ନାହିଁ। ସେ ରାଗରେ ଆସି କାଜଲଙ୍କୁ ମାରଧର କଲେ। ଏପରିକି ଏକ ଇଟା ଧରି ରାସ୍ତା ମଝିରେ ଶଶୁର କାଜଲଙ୍କୁ ଆକ୍ରମଣ ବି କରିବାକୁ ପଛେଇଲେନି।

ମଙ୍ଗଳବାର ଦିନ ବୋହୂ ଜଣକ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ଯିବା ନେଇ ଶଶୁର ଏପରି କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ କାଜଲ ଇଣ୍ଟରଭି୍ରୁ ପାଇଁ ଦିଲ୍ଲୀର ପ୍ରେମ ନଗରରେ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଶଶୁର ଏକ ଇଟାରେ ତାଙ୍କୁ ଆକ୍ରମଣ କରିଛନ୍ତି।

ପ୍ରଥମେ ଶଶୁର ଜଣକ ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ମହିଳା ନବୁଝି ସେଠାରେ ଯିବାକୁ ବାହାରିବାରୁ ଶଶୁର ଇଟାରେ ଆକ୍ରମଣ କରିଥିଲେ। ଶଶୁର ଆକ୍ରମଣରେ ବୋହୂ ଆହତ ହେବା ପରେ ତାଙ୍କୁ ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତାଙ୍କ ଦେହରେ ୧୭ଟି ସିଲେଇ ପଡ଼ିଛି।

ସମ୍ବନ୍ଧିତ ଖବର