ନୂଆଦିଲ୍ଳୀ: ସୋସିଆଲ୍ ମିଡିଆରେ ନିକଟରେ ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଦିଲ୍ଲୀର ଖଜୁରି ଖାସ୍ ଅଞ୍ଚଳରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ‘ହିନ୍ଦୁସ୍ତାନ ଜିନ୍ଦାବାଦ୍’, ‘ପାକିସ୍ତାନ ମୁର୍ଦ୍ଦାବାଦ୍’ କହିବାକୁ ବାଧ୍ୟ କରୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓକୁ କେନ୍ଦ୍ର କରି ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ୍।
ଏହି ଘଟଣାକୁ ଭିତ୍ତି କରି ଆକ୍ରମଣକାରୀ ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି। ଭଡିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ରାସ୍ତାରେ ପଡ଼ିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ କଲର୍ ଧରି ‘ପାକିସ୍ତାନ ମୁର୍ଦ୍ଦାବାଦ୍’ କହିବାକୁ ବାଧ୍ୟ କରୁଛନ୍ତି। ସେ ଧୀରେ ଧୀରେ କହୁଥିବାର କାରଣରୁ ଭିଡିଓ ସୁଟ୍ କରୁଥିବା ବ୍ୟକ୍ତି ଜଣକ ତାଙ୍କୁ ଜୋର୍ କହିବା ପାଇଁ କହୁଛନ୍ତି, ଯିଏକି ଭିଡିଓରେ ଦୃଶ୍ୟମାନ ହୋଇନାହାନ୍ତି।
A video of Khajoori Khas incident is in circulation on social media. Cognizance of the incident has been taken and a criminal case has been registered. The accused has been arrested and investigation of the case is in progress.@CPDelhi @cp_delhi
— DCP North East Delhi (@DCPNEastDelhi) March 24, 2021
ଏହି ଭିଡିଓଟି ସୋସିଆଲ୍ ମିଡିଆ ସାଇଟ୍ରେ ଘୂରି ବୁଲିବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏ ନେଇ ଖବର ପ୍ରକାଶ କରିଛନ୍ତି ଓ ଦିଲ୍ଲୀ ପୁଲିସ୍ ଭାଇରାଲ୍ ଭିଡିଓକୁ ଭିତ୍ତି କରି ଏକ ମାମଲା ରୁଜୁ କରିଛି।