ପୁଅ ଜନ୍ମଦିନ ପାଳନର କିଛି ସମୟ ପରେ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ରୋହତକ୍‌: ଜିନ୍ଦସ୍ଥିତ ଘରେ ପୁଅ ଜନ୍ମଦିନ ପାଳିବାର କିଛି ସମୟ ପରେ ପ୍ରେମିକ ସହ ମିଶି ଜଣେ ସ୍ତ୍ରୀ ତାଙ୍କ ୨୮ ବର୍ଷିୟ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଥିବା କଥା ପୁଲିସ କହିଛି। ମୃତ ବ୍ୟକ୍ତିଙ୍କ ନାମ ଜୋଗିନ୍ଦର ସିଂହ ଓ ସେ ଜଣେ ଶ୍ରମିକ।

ଜୋଗିନ୍ଦରଙ୍କୁ ଛୁରାମାରି ହତ୍ୟା କରିଥିବାରୁ ପୁଲିସ ତାଙ୍କ ୨୫ ବର୍ଷୀୟ ପତ୍ନୀ ପିଙ୍କି ଏବଂ ୨୬ ବର୍ଷିୟ ପ୍ରେମିକ ରବିଙ୍କୁ ଗିରଫ କରିଛି।
ଜୋଗିନ୍ଦରଙ୍କ ପିତା ମଙ୍ଗଳ ସିଂହ ପୁଲିସକୁ କହନ୍ତି, କିଛି ମାସ ତଳେ ତାଙ୍କ ପୁଅ ସୋନେପଟ୍‌ ଠାରେ କାମ ପାଇ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ସେଠାକୁ ଚାଲିଯାଇଥିଲା। ସୋନେପଟ୍‌ରେ ରହନ୍ତି ଜୋଗିନ୍ଦରଙ୍କର ବିଧବା ମାଉସୀ ଏବଂ ତାଙ୍କ ପୁଅ ରବି। ତାଙ୍କରି ଘରେ ଯାଇ ଏମାନେ ରହିଲେ।

ସେଠାରେ ରବି ସହ ମୋ ବୋହୂର ଅନୈତିକ ସମ୍ପର୍କ ଗଢ଼ି ଉଠିଲା। ଦିନେ ସେମାନଙ୍କୁ ଆପତ୍ତିଜନକ ପରିସ୍ଥିତିରେ ମଧ୍ୟ ଜୋଗିନ୍ଦର ଦେଖି ପକାଇଥିଲା। ତା’ପରେ କାମ ଛାଡ଼ି ଜୋଗିନ୍ଦର ପିଲାଝିଲାଙ୍କୁ ଧରି ଜିନ୍ଦ୍‌ ଫେରି ଆସିଲା।

ସେବେଠାରୁ ପିଙ୍କି ଜୋଗିନ୍ଦରକୁ ଧମକ ଦେଇ ଆସୁଥିଲେ କି, ତାଙ୍କୁ ଛାଡ଼ପତ୍ର ଦିଏ ବା ସୋନେପତ୍‌ ନେଇ ଚାଲ। ଦାମ୍ପତ୍ୟ କଳହର କାରଣ ହୋଇଥିଲେ ବି ପିଙ୍କି ନିର୍ଭୟରେ ରବିକୁ ଭେଟୁଥିଲେ।

ଗୁରୁବାର ଦିନ ପୂରା ପରିବାର ନାତି ଅମରଜିତ୍‌ର ଜନ୍ମଦିନ ପାଳୁଥିଲେ। ରବି ମଧ୍ୟ ଆସିଥିଲା। ଉତ୍ସବ ପାଳନ ପରେ ଆମେ ସମସ୍ତେ ଶୋଇବାକୁ ଗଲୁ। ରାତି ଅଧକୁ ପିଙ୍କି ମୋ କୋଠରିକୁ ଆସି କହିଲା କି, ଜୋଗିନ୍ଦରର ରକ୍ତସ୍ରାବ ହେଉଛି। ମୁଁ ଧାଇଁ ଯାଇ ଦେଖିଲି ସେ ମରି ପଡ଼ିଛି।

ମଙ୍ଗଲଙ୍କ ଅଭିଯୋଗ ଆଧାରରେ ପୁଲିସ ପିଙ୍କି ଓ ରବିଙ୍କୁ ପଚରା ଉଚୁରା କରିବା ପରେ ଉଭୟ ଜୋଗିନ୍ଦରଙ୍କର ବେକ ଓ ଅନ୍ୟାନ୍ୟ ସ୍ଥାନରେ ଛୁରି ମାରି ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ। ଉଭୟଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର