ନୂଆଦିଲ୍ଲୀର ସିଭିଲ ଲାଇନରେ ଦେଢ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ସିଭିଲ ଲାଇନରେ ଦେଢ ବର୍ଷର ଶିଶୁକନ୍ୟାକୁ ଲୋମଟାଙ୍କୁରା ଦୁଷ୍କର୍ମ ଘଟଣା ସେଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତ ଘର ବାହାରୁ ଶିଶୁ କନ୍ୟାକୁ ଅପହରଣ କରିବାପରେ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା । ନାବାଳିକା ନିଖୋଜ ହେବାନେଇ ପିତାମାତା ଥାନାରେ ଏତଲା ଦେବାପରେ  ଘଟଣା ପରେ ପୁଲିସ କେତୋଟି ଟିମ ଗଠନ କରି ସର୍ଚ୍ଚ ଅପରେଶନ କରିଥିଲା । ଶେଷରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ।

photo-aajtak

ଅଭିଯୁକ୍ତକୁ ଜଙ୍ଗଲରୁ ଧରା ହୋଇଥିଲା ଯେଉଁଠାରେ ଶିଶୁ କନ୍ୟାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେଠାରୁ ଅଳ୍ପ ଦୂରରେ ମୁଖ୍ୟମନ୍ତ୍ରୀ ଓ ଏଲଜି ନିବାସ ରହିଛି । ଶିଶୁକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଏଲଏନଜେପି ହସ୍ପିଟାଲ ସ୍ଥାନାନ୍ତର କରି ଦିଆଯାଇଥିଲା । ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ତାର ବିରୋଧରେ ଦୁଷ୍କର୍ମ, ପୋକ୍ସୋ ଧାରାରେ ମାମଲା ରୁଜ୍ଜୁ କରିଛି । ଅଭିଯୁକ୍ତର ବୟସ୨୫ ବର୍ଷ। ସେ ଉତ୍ତର ପ୍ରଦେଶର ବରେଲି ଅଞ୍ଚଳର ଅଧିବାସୀ  ଓ ସେ ଅବିବାହିତ ବୋଲି ଜଣାଯାଇଛି ।

 

ସମ୍ବନ୍ଧିତ ଖବର