ବାଲିଅନ୍ତା/ ବାଲିପାଟଣା: ଖୋର୍ଧା ଅବକାରୀ ବିଭାଗ ମୋବାଇଲ ଟିମ୍ ଆଜି ଚୋରାମଦ କାରବାର ମାମଲାରେ ଜଣକୁ ଗିରଫ କରିଛି। ସେ ହେଲା ବାଲିପାଟଣା ଥାନା ଅନ୍ତର୍ଗତ ବିଶୁନିଆପଡ଼ା ଗ୍ରାମର ପରେଶ କୁମାର ଦାଶ (୩୫)। ଏଥିସହିତ ଟିମ୍ ତା’ ନିକଟରୁ ୬୦ ବୋତଲ ବିଦେଶୀ ମଦ ଜବତ କରିଛି। ପରେଶ ଦୀର୍ଘଦିନ ଧରି ଚୋରାମଦ କାରବାର ଚଳାଇଥିବା ସଂପର୍କରେ ଅବକାରୀ ବିଭାଗରେ ଅଭିଯୋଗ ହୋଇଥିଲା। ଖବର ପାଇ ଏଏସଆଇ ସୁଜିତ କୁମାର ମୁଦୁଲିଙ୍କ ସମେତ ଏସଆଇ ହୃଦୟ ଚନ୍ଦ୍ର ସାମନ୍ତ, ନାରାୟଣ ଚନ୍ଦ୍ର ଜେନା ଓ ଅକ୍ଷୟ କୁମାର ଜେନା ପ୍ରମୁଖ ଆଜି ତାଙ୍କ ଘରେ ଅତର୍କିତ ଚଢ଼ଉ କରି ମଦ ଜବତ କରିଥିଲେ।
ଚୋରାମଦ ବ୍ୟବସାୟୀ ଗିରଫ
/sambad/media/post_attachments/wp-content/uploads/2020/01/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)