ବାଇକ୍‌ ଚୋରି ରୢାକେଟ୍‌ ଠାବ, ଜଣେ ଗିରଫ, ୨ ବାଇକ୍‌ ଜବତ

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ପୁଲିସ ଏକ ବାଇକ୍‌ ଚୋରି ରୢାକେଟ୍‌ ଠାବ କରିଛି। ପୁଲିସ ରୢାକେଟ୍‌ର ଜଣେ ଲୁଟେରାକୁ ଗିରଫ କରିବା ସହ ତା’ଠାରୁ ୨ଟି ବାଇକ୍‌ ଜବତ କରିଛି। ସେ ହେଲା, ବାଲୁଗାଁ ଅଞ୍ଚଳର ଅମରନାଥ ‌ବିଶୋଇ(୨୨)। ପୁଲିସ ସୂଚନା ମୁତାବକ, ଗତ ୧୧ ତାରିଖ ରାତିରେ ଲକ୍ଷ୍ମୀସାଗର ଜୟଦୁର୍ଗାନଗର ଅଞ୍ଚଳର ଜିତେନ୍ଦ୍ର ଦାସ ନାମକ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳ‌ର ଏକ ଦୋକାନ ସମ୍ମୁଖରେ ନିଜ ବୁଲେଟ୍‌ ରଖିଥିଲେ। କାମ ସାରି ଫେରିବା ବେଳକୁ ଅମରନାଥ ତାଙ୍କ ବୁଲେଟ୍‌ ନେଇ‌ ଫେରାର୍‌ ହୋଇଯାଇଥିଲା। ଏ ସଂପର୍କରେ ଜିତେନ୍ଦ୍ର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଜିତେନ୍ଦ୍ରଙ୍କ ବାଇକ୍‌ରେ ଲାଗିଥିବା ଜିପିଏସ୍‌ ଟ୍ରାକିଂ କରି ପୁଲିସ ବାଇକ୍‌ ଥିବା ସ୍ଥାନକୁ ଠାବ କରିଥିଲା। ୧୨ ତାରିଖ ରାତିରେ ପୁଲିସର ଏକ ଟିମ୍‌ ବାଲୁଗାଁରେ ପହଞ୍ଚି ସେଠାରୁ ତାକୁ ଗିରଫ କରିବା ସହ ୨ଟି ବାଇକ୍ ଜବତ କରିଥିଲା। ପୁଲିସ ଥାନାକୁ ଆଣି ପଚରାଉଚରା କରିବା ପରେ ଆଜି ତାକୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର