ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀଙ୍କ ୧୦ ବର୍ଷୀୟା ଝିଅକୁ ଟ୍ଵିଟର୍ରେ ଦୁଷ୍କର୍ମ ଧମକ ଦେଇଥିବା ବ୍ୟକ୍ତି ଗୁଜରାଟରୁ ଗିରଫ ହୋଇଛି। ମୁମ୍ବାଇ ପୁଲିସ ଗତରାତିରେ ଅହମଦାବାଦ୍ ସ୍ଥିତ ବାଭ୍ଲା ନିକଟରୁ ଗିରିଶ ମାହେଶ୍ୱରୀ ନାମକ ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କୁ ଏହି ମାମଲାରେ ଗିରଫ କରିଛି। ଅଭିଯୁକ୍ତକୁ ଏବେ ମୁମ୍ବାଇ ଅଣାଯାଇଛି। ଗତ ମଙ୍ଗଳବାର ଦିନ ପ୍ରିୟଙ୍କା ଏହି ମାମଲାରେ ପୁଲିସରେ ଅଭିଯୋଗ କରିବାପରେ ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୫୦୯, ପୋକ୍ସୋ ଓ ଆଇଟି ଆଇନ ଅଧୀନରେ ବିଭିନ୍ନ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତକୁ ଗିରଫ କରାଯିବା ପରେ ପ୍ରିୟଙ୍କା ଚତୁର୍ବେଦୀ ମୁମ୍ବାଇ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରିୟଙ୍କା ଚତୁର୍ବେଦୀଙ୍କୁ ଧମକ ମାମଲା, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2018/07/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)