ମହିଳାଙ୍କୁ ଅସଦାଚରଣ ଉଦ୍ୟମ, ଯୁବକ ଗିରଫ

ଭୁବନେଶ୍ୱର: ମହିଳାଙ୍କୁ ଅସଦାଚରଣ ଉଦ୍ୟମ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ମଞ୍ଚେଶ୍ୱର ଆଖଣ୍ଡଳମଣି ବସ୍ତିର ଜନକ ସାମନ୍ତରାୟ(୨୭) ନାମକ ଜଣେ ଯୁବକକୁ ଗିରଫ କରିଛି। ଜନକ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ଏକ ତରଫା ଭାବେ ଭଲ ପାଉଥିଲା। ବିଭିନ୍ନ ସମୟରେ ତାଙ୍କୁ ହଇରାଣ ହରକତ କରୁଥିଲା। ଶୁକ୍ରବାର ମହିଳା ଜଣଙ୍କ ଘରେ ଏକୁଟିଆ ଥିବା ସୁଯୋଗରେ ଜନକ ତାଙ୍କୁ ଅସଦାଚରଣ ଉଦ୍ୟମ କରିଥିଲା। ମହିଳା ଜଣଙ୍କ ପାଟି କରିବାରୁ ସେ ଫେରାର୍‌ ହୋଇଯାଇଥିଲା। ଏନେଇ ମହିଳାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ବିଳମ୍ବିତ ରାତିରେ ଜନକକୁ ଗିରଫ କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର