ଖଣ୍ଡଗିରି: ଭରତପୁର ବଜାରରେ ଜଣେ ଦୋକାନୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଚନ୍ଦକା ଥାନା ଅନ୍ଧାରୁଆ ଗାଁର ଦୀପକ ସ୍ୱାଇଁ ଓରଫ୍ ବାବୁ(୨୦)। ସୂଚନାନୁସାରେ ଅଗଷ୍ଟ ୨୭ ତାରିଖ ରାତିରେ ଭରତପୁର ବଜାରରେ ଲୁହା ଗ୍ରିଲ୍ ଦୋକାନ କରିଥିବା ଜଗା ସ୍ୱାଇଁଙ୍କୁ ବାବୁ ଲୁହା ରଡ୍ରେ ପିଟି ମୁଣ୍ଡ ଫଟାଇ ଦେଇଥିଲା। ବଟି ମାଗି ବିଫଳ ହେବା ପରେ ବାବୁ ଏଭଳି କାଣ୍ଡ କରି ଫେରାର୍ ହୋଇ ଯାଇଥିଲା। ବାବୁ ନାଁରେ ୫ରୁ ଅଧିକ ଅପରାଧିକ ମାମଲା ରହିଛି। ଭରତପୁର ଅଞ୍ଚଳରେ ସେ ରାତି ଅଧିଆ ଆକ୍ରମଣ କରି ଲୋକଙ୍କଠାରୁ ଟଙ୍କା ଓ ମୋବାଇଲ୍ ଆଦି ଲୁଟି ନେଉଥିବା ପୁଲିସ ସୂଚନା ଦେଇଛି।