ଫେସ୍‌ବୁକ୍‌ରେ ଆମ୍ବେଦକରଙ୍କୁ ତାଚ୍ଛଲ୍ୟ କରି ଯୁବକ ଗିରଫ

ଭୁବନେଶ୍ବର: ଫେସ୍‌ବୁକ୍‌ରେ ଆମ୍ବେଦକରଙ୍କୁ ତାଚ୍ଛଲ୍ୟ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର ଶଙ୍କର ନାୟକ(୩୫)। ଗତ ୯ ତାରିଖ ଦିନ ଶଙ୍କର ଫେସ୍‌ବୁକ୍‌ରେ ଆମ୍ବେଦକରଙ୍କୁ ସମାଲୋଚନା କରିବା ସହ ତାଚ୍ଛଲ୍ୟ କରି ମନ୍ତବ୍ୟ ରଖିଥିଲେ। ଘଟଣା ଲୋକଲୋଚନକୁ ଆସିବା ପରେ ବହୁଜନ ଷ୍ଟୁଡେଣ୍ଟ ଆଣ୍ଡ ୟୁଥ୍‌ ଫ୍ରଣ୍ଟ ତାକୁ ଗିରଫ କରିବା ପାଇଁ ଦାବି କରିଥିଲା। ଏନେଇ ଅନୁଷ୍ଠାନର ସଂଯୋଜକ ଅନିଲ ମଲ୍ଲିକ ସହିଦନଗର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର