ଭୁବନେଶ୍ବର: ରସୁଲଗଡ଼ ଛକରେ ଡ୍ୟୁଟି କରୁଥିବା ମଞ୍ଚେଶ୍ବର ଥାନାର ଜଣେ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରି ମଣିନାଗେଶ୍ବରୀ ବସ୍ତିରେ ରହୁଥିବା କେନ୍ଦ୍ରାପଡ଼ାର ବିକାଶ ସେନାପତି ଗିରଫ ହୋଇଛି। ତାକୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ସକାଳେ ଏଏସ୍ଆଇ ବିଦ୍ୟାଧର ସାହୁ ରସୁଲଗଡ଼ ଛକରେ ଗାଡ଼ି ହେଲ୍ମେଟ୍ ଚେକିଂ କରୁଥିଲେ। ସେହି ବାଟ ଦେଇ ବିକାଶ ଯାଉଥିଲେ। ହେଲ୍ମେଟ୍ ନଥିବାରୁ ତାଙ୍କୁ ବିଦ୍ୟାଧର ଅଟକାଇ ଥିଲେ। ବିକାଶ ଗାଡ଼ିରୁ ଓହ୍ଲାଇ ବିଦ୍ୟାଧରଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲା।
ପୁଲିସ କର୍ମଚାରୀଙ୍କୁ ମାଡ଼ ମାରି ଯୁବକ ଗିରଫ
/sambad/media/post_attachments/wp-content/uploads/2019/07/arrest-1562401888.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)