ଭୁବନେଶ୍ୱର: ଭୁଜାଲି ଦେଖାଇ ମହିଳାଙ୍କ ବେକରୁ ସୁନାହାର ଓ ତାଙ୍କ ସ୍ୱାମୀଙ୍କ ବାଇକ୍ ଲୁଟ୍ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିଛି। ସେ ହେଲା ନୀଳକଣ୍ଠନଗର ମୁଣ୍ଡାସାହି ଅଞ୍ଚଳର ଅଲ୍ଲୀ ଆବ୍ରାହମ ଓରଫ ଆବି(୨୪)। ହେଲେ ୨ସହଯୋଗୀ ଏବେବି ଫେରାର୍ ଅଛନ୍ତି। ପୁଲିସ ସୂଚନା ମୁତାବକ, ଗତ ଅଗଷ୍ଟ ମାସ ୨୦ ତାରିଖ ରାତିରେ ମନୋରଞ୍ଜନ ପ୍ରଧାନ ଓ ତାଙ୍କ ପତ୍ନୀ କୌଣସି କାମରେ ବାହାରକୁ ଯାଇଥିଲେ। କାମସାରି ନୂଆପଲ୍ଲୀ ଭିଆଇପି କଲୋନିରେ ଥିବା ଘରକୁ ଫେରୁଥିଲେ। ସେମାନେ ଏକାମ୍ର ପାର୍କରୋଡ୍ରେ ଯାଉଥିବା ସମୟରେ ଅଲ୍ଲୀ ଓ ତାର ୨ ସହଯୋଗୀ ହଠାତ୍ ମନୋରଞ୍ଜନଙ୍କୁ ଅଟକାଇଥିଲେ। ଏହାପରେ ଭୁଜାଲି ଦେଖାଇ ମନୋରଞ୍ଜନ ବାଇକ୍ ଓ ତାଙ୍କ ପତ୍ନୀଙ୍କ ବେକରୁ ସୁନାହାର ନେଇଯାଇଥିଲେ। ଏନେଇ ମନୋରଞ୍ଜନ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଗତକାଲି ରାତିରେ ପୁଲିସ ଅଲ୍ଲୀର ଠିକଣା ଠାବକରି ମୁଣ୍ଡାସାହି ବସ୍ତିରୁ ଗିରଫ କରିଥିଲା। ଆଜି ଥାନାରେ ପଚରାଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।
ଜଣେ ଗିରଫ, ୨ ଫେରାର୍
ଭୁଜାଲି ଦେଖାଇ ସୁନାହାର ଓ ବାଇକ୍ ଲୁଟ୍
/sambad/media/post_attachments/wp-content/uploads/2017/11/kmk-knife-making-kit-Hand_finished_knife_making_with_custom_leather_sheath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)