ଦାଦାବଟି ମାଗି ଯୁବକ ଗିରଫ

ଭୁବନେଶ୍ବର: ଘର ଗେଟ୍‌ ଭାଙ୍ଗିବା ସହ ଗାଳିଗୁଲଜ କରିବା ଓ ଦାଦାବଟି ମାଗିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ‌ରାକେଶ ଲେଙ୍କାକୁ ଗିରଫ କରିଛି। ଅପରାହ୍‌ଣରେ ତାକୁ କୋର୍ଟ ଚାଲାଣ କରାଯାଇଛି। ଲକ୍ଷ୍ମୀସାଗର ପ୍ଲଟ ନମ୍ବର ୮୧୦ରେ ରହୁଥିବା ମାନସ ଲାଲଙ୍କ ପତ୍ନୀ ସଙ୍ଗୀତାଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ଅଭିଯୋଗ ମୁତାବକ, ରାକେଶ ତାଙ୍କ ସ୍ବାମୀଙ୍କୁ ବଟି ମାଗିଥିଲେ। ବଟି ଦେବାକୁ ମନା କରିବାରୁ ରାକେଶ ଧମକ ଦେବା ସହ ଗେଟ୍‌କୁ ଗୋଇଠା ମାରି ଭାଙ୍ଗିବା ଉଦ୍ୟମ କରିଥିଲା। ସଙ୍ଗୀତାଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲା।

ସମ୍ବନ୍ଧିତ ଖବର