ଚନ୍ଦ୍ରଶେଖରପୁର: ଏକ ଘରୋଇ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଲୋଗୋକୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ଆପତ୍ତିଜନକ ଲେଖାର ଗ୍ରାଫିକ୍ସ ବ୍ୟବହାର କରିଥିବା ଜଣେ ଯୁବକକୁ ଇନ୍ଫୋସିଟି ଥାନା ପୁଲିସ ଆଜି ସଂଧ୍ୟାରେ ଗିରଫ କରିଛି। ସେ ହେଲା, ପ୍ରତାପ ସାହୁ। ତା’ ଘର ବଲାଙ୍ଗିର ଜିଲ୍ଲା, ପାଟଣାଗଡ଼ ଅଞ୍ଚଳରେ। କିଛି ଦିନ ତଳେ ସେ ଏକ ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ଏକ ଗ୍ରାଫିକ୍ସ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିଲା। ଏନେଇ ଅଭିଯୋଗ ହେବା ପରେ ଇନ୍ଫୋସିଟି ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ଆପତ୍ତିଜନକ ଗ୍ରାଫିକ୍ସ, ପାଟଣାଗଡ଼ରୁ ଗିରଫ ହେଲା ଯୁବକ
/sambad/media/post_attachments/wp-content/uploads/2019/08/arrest-aajtak.jpg)