ବାଲିଅନ୍ତା : ଜଣେ ନାବାଳିକାକୁ ଫେରାର ହେବାରେ ସହଯୋଗ କରିବା ଘଟଣାରେ ଆଜି ବାଲିଅନ୍ତା ଥାନା ପୁଲିସ ସଂପୃକ୍ତ ପ୍ରେମିକର ସହଯୋଗୀ ବନ୍ଧୁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲା ଏହି ଥାନା ଅଧୀନ ନୂଆସାହି ଗ୍ରାମର ସହଦେବ ଓରଫ ଗିରିଧାରୀ ଜେନା।
ନିଜ ଝିଅର ଅପହରଣ ପାଇଁ ତାଙ୍କ ବାପା ବାଲିଅନ୍ତା ଥାନାରେ ଉଭୟ ପ୍ରେମିକ ଓ ତାର ସହଯୋଗୀ ବନ୍ଦୁ ସହଦେବଙ୍କୁ ପକ୍ଷଭୁକ୍ତ କରି ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ଥାନାରେ କେସ୍ ନଂ ୨୮୭ / ୧୭ ରେ ଅପହରଣ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ଘଟଣାର ଏକ ସପ୍ତାହ ବିତିଯାଇଥିଲେ ହେଁ ପୁଲିସ ଏହି ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିନଥିବା ବେଳେ ସେମାନଙ୍କୁ ଗାଡ଼ିରେ ଫେରାର ହେବାରେ ସହଯୋଗ କରିଥିବା ଯୁବକ ସହଦେବକୁ ଆଜି କୋର୍ଟ ଚାଲାଣ କରିଛି। ତେବେ ସହଦେବଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/arrest-5.jpg)