ଧଉଳି: ଧଉଳି ଥାନା ପୁଲିସ ଜମି ଜାଲିଆତି ମାମଲାରେ ଆଜି ଜଣେ ଦଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା, ବିଜୟବିହାର ଅଞ୍ଚଳର ବାସିନ୍ଦା ଅନାଥ ପଣ୍ଡା (୪୮)। ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନାଥ ବିରୋଧରେ ଶ୍ରୀଲିଙ୍ଗରାଜ ଥାନା ଅଧୀନ କପିଳେଶ୍ବର ଗ୍ରାମ ସିଂହସାହିର ଗୋପବନ୍ଧୁ ଦାଶ ଧଉଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଗଙ୍ଗୋତ୍ରୀନଗର ଲେନ-୧ରେ ଥିବା ତାଙ୍କର ଦେଢ଼ ଏକର ମୂଲ୍ୟବାନ ଜମିକୁ ନିଜର ବୋଲି କହି ଅନାଥ ଜାଲ କାଗଜପତ୍ର ଦେଖାଇ ୪ ଜଣ ବ୍ୟକ୍ତିଙ୍କ ଠାରୁ ୫୦ଲକ୍ଷ ଟଙ୍କା ଠକି ନେଇଥିଲା। ଏ ସଂପର୍କରେ ଗୋପବନ୍ଧୁ ଜାଣିବା ପରେ ଅନାଥ ନାମରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଜମି ଜାଲିଆତି ମାମଲାରେ ଜେଲ ଗଲା ଦଲାଲ
/sambad/media/post_attachments/wp-content/uploads/2019/08/arrest-3.jpg)