ଧଉଳି: ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ୍ ମାମଲାରେ ଧଉଳି ଥାନା ପୁଲିସ ଆଜି ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା, ଭୁବନେଶ୍ବର ବଡ଼ଗଡ଼ ଥାନା ଅଧୀନ ଅଧେଇଖାଲ ଅଞ୍ଚଳରେ ରହୁଥିବା ପ୍ରଦୀପ କୁମାର ନାୟକ ଓରଫ ରାଉଳ(୩୫)। କୋର୍ଟରେ ଜାମିନ ନାମଂଜୁର ହୋଇଯିବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଧଉଳି ଥାନା ଅଧୀନ ଗୋପୀନାଥପୁର ଗ୍ରାମରେ ରହୁଥିବା ଅନନ୍ତରାମ ପ୍ରଧାନଙ୍କ ପତ୍ନୀ ଗୀତାଞ୍ଜଳି ପ୍ରଧାନ ଗତକାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ସୂଚନା ମୁତାବକ, ଏହି ଦମ୍ପତି ଗତକାଲି ସଂଧ୍ୟାରେ ଲିଙ୍ଗିପୁରସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ରଖି କିଛି ଦୂରରେ ଜଣେ ସମ୍ପର୍କୀୟଙ୍କ ସହ କଥା ହେଉଥିଲେ। ଠିକ୍ ସେତିକିବେଳେ ପ୍ରଦୀପ ବାଇକ ଡିକି ଭାଙ୍ଗି ସେଥିରୁ ହ୍ୟାଣ୍ଡ ବ୍ୟାଗ୍ ଲୁଟି ନେଇଥିଲା। ଗୀତାଞ୍ଜଳି ଚିତ୍କାର କରିବାରୁ ସ୍ଥାନୀୟ ଲୋକ ପ୍ରଦୀପକୁ କାବୁ କରି ପୁଲିସ ଜିମା ଦେଇଥିଲେ।
ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍, ଜେଲ ଗଲେ ଯୁବକ
/sambad/media/post_attachments/wp-content/uploads/2019/08/jail-bk-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)