ମାଲିକଙ୍କ ଘରୁ ସୁନା ଚେନ୍‌ ଚୋରି କରି ବଢ଼େଇ ଗିରଫ

ପୁରୁଣା ଭୁବନେଶ୍ୱର : ବଡ଼ଗଡ଼ ଥାନା ଅନ୍ତର୍ଗତ ବଡ଼ଗଡ଼ ବ୍ରିଟ୍‌ କଲୋନିରେ ଜଣଙ୍କ ଘରେ ବଢ଼େଇ କାମ କରୁଥିବା ଜଣେ ବ୍ୟକ୍ତି ଚେନ୍‌ ଚୋରି କରିବା ଅଭିଯୋଗରେ ଗିରଫ ହୋଇଛି। ପୁଲିସ ସୂଚନା ଅନୁଯାୟୀ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ସୁଧାନଗର ଅଞ୍ଚଳର ନିରଞ୍ଜନ ବସ୍ତିଆ(୪୫) ବ୍ରିଟ୍‌ କଲୋନିର ଏମ୍‌ବି ୬୪ନଂ ପ୍ଲଟ୍‌ରେ ଆଶୁତୋଷ ପଟ୍ଟନାୟକଙ୍କ ଘରେ ବଢ଼େଇ ଭାବେ କାମ କରୁଥିଲେ। ତେବେ ସେମାନେ ଖାଇବାକୁ ତଳ ଘରକୁ ଆସିଥିବାବେଳେ ନିରଞ୍ଜନ ତାଙ୍କ ଆଲମିରାରୁ ୧୭ଗ୍ରାମର ଏକ ସୁନା ଚେନ୍‌କୁ ଚୋରି କରି ନେଇଥିଲା। ଆଶୁତୋଷଙ୍କ ସ୍ତ୍ରୀ ଚୋରି ବିଷୟରେ ଜାଣିବା ପରେ ନିରଞ୍ଜନଙ୍କ ଉପରେ ସନ୍ଦେହ କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ନିରଞ୍ଜନଠାରୁ ସୁନା ଚେନ୍‌କୁ ଜବତ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର