ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ, ଯୁବକ ଗିରଫ

ଖଣ୍ଡଗିରି: ଏକତରଫା ପ୍ରେମରେ ବିଫଳ ହେବା ପରେ ବାରମ୍ବାର ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଅଭିଯୋଗରେ ମଙ୍ଗଳବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଡୁମୁଡୁମା ସତ୍ୟନଗରରେ ରହୁଥିବା ଗଞ୍ଜାମ ରାଜାପୁରର ସୀମାଞ୍ଚଳ ଦାସ(୨୮)। ପୁଲିସ ସୂଚନାନୁସାରେ ଅଭିଯୁକ୍ତ ସୀମାଞ୍ଚଳ ଜଣେ ଯୁବତୀଙ୍କୁ ଏକତରଫା ଭଲ ପାଉଥିଲା। କିନ୍ତୁ ଯୁବତୀଜଣଙ୍କ ତା’ପ୍ରେମକୁ ପ୍ରତ୍ୟାଖାନ କରିଥିଲେ। ତେଣୁ ରାଗରେ ସୀମାଞ୍ଚଳ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରି ତାଙ୍କୁ ବାଟ ଚଲାଇ ଦେଇନଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ଯୁବତୀ ଭୟରେ ଘରୁ ବାହାରି ପାରିନଥିଲେ। ରବିବାର ସନ୍ଧ୍ୟାରେ ସେ ବଜାରରୁ ଘରକୁ ଫେରୁଥିବାବେଳେ ସୀମାଞ୍ଚଳ ତାଙ୍କୁ ରାସ୍ତାରେ ଅଟକାଇ ଟଣାଓଟରା କରିଥିଲା। ଏ ନେଇ ପୀଡ଼ିତା ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର