ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଖଣ୍ତଗିରି: ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ଖଣ୍ତଗିରି ଥାନା ପୁଲିସ ଜଣେ ଯୁବକକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଡୁମୁଡୁମା ରଘୁନାଥନଗରର ସେକ୍ ଉସ୍ମାନ୍ ଅଲ୍ଲୀ(୨୦)। ସୂଚନାନୁସାରେ ୨୦୧୮ ସେପ୍ଟେମ୍ବର ମାସରେ ଉସ୍ମାନ ଖଣ୍ତଗିରି ଅଞ୍ଚଳର ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଘରୁ ନେଇ ଜଣେ ସମ୍ପର୍କୀୟଙ୍କ ଘରେ ରଖିଥିଲା। ସେଠାରେ ନାବାଳିକାର ଅନିଚ୍ଛା ସତ୍ବେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ଏମିତି ଜୋର୍ କରି ବାରମ୍ବାର ଦୁଷ୍କର୍ମ କରିବା ପରେ ନାବାଳିକାଟି ଗର୍ଭବତୀ ହୋଇଥିଲା। ତେଣୁ ସେ ତୁରନ୍ତ ବିବାହ କରିବାକୁ ଜିଦ୍ କରି ବସିଥିଲା। ମାତ୍ର ଉସ୍ମାନ ବିଭିନ୍ନ ବାହାନା କରି ଦିନ ଗଡ଼ାଇ ଚାଲିଥିଲା। ନାବାଳିକାଟି ନଭେମ୍ବର ମାସରେ କୌଶଳ କ୍ରମେ ଖସି ଆସିଥିଲା। ପରେ ଖଣ୍ତଗିରି ଥାନାରେ ନାବାଳିକାର ମା’ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଉସ୍ମାନ ଫେରାର୍ ଥିବାରୁ ପୁଲିସ ତାକୁ ଗିରଫ କରିପାରି ନଥିଲା।

ସମ୍ବନ୍ଧିତ ଖବର