ଚନ୍ଦ୍ରଶେଖରପୁର: ଜନତା ମଇଦାନରେ ଏକ କାର୍ଯ୍ୟକ୍ରମ ପାଇଁ ସାଜସଜ୍ଜା କରୁଥିବା ଏକ ଟେଣ୍ଟ୍ ହାଉସର ସାମଗ୍ରୀ ଚୋରି କରିବା ଅଭିଯୋଗରେ ପୁଲିସ ଆଜି ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ଯୁବକ ଜଣକ ହେଲା ସାଲିଆସାହି ନୀଳଚକ୍ର ନଗରର ରାଜୁ ନାୟକ(୨୨)। ଗତକାଲି ଚୋରି କରିବା ବେଳେ ସ୍ଥାନୀୟ ଲୋକ ରାଜୁକୁ କାବୁ କରି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଜିମା ଦେଇଥିଲେ। ପୁଲିସ୍ ତା’ଠାରୁ ଟେଣ୍ଟ୍ କପଡ଼ା, ୱାଲ୍ ଓ ପାଲ୍ ଜବତ କରିଛି। ଏନେଇ ଟେଣ୍ଟ୍ ହାଉସ୍ ମ୍ୟାନେଜର କୋଲକାତାର ସମୀର ବାନାର୍ଜୀ ତା’ନାମରେ ଅଭିଯୋଗ କରିଥିଲେ।
ଟେଣ୍ଟ୍ ହାଉସ ସାମଗ୍ରୀ ଚୋରି କରି ଯୁବକ ଗିରଫ
/sambad/media/post_attachments/wp-content/uploads/2019/11/arrest-aajtak.jpg)