ରାଞ୍ଚି: କୁମାରୀ ମାଆମାନଙ୍କ ସନ୍ତାନଙ୍କୁ ଅନ୍ୟତ୍ର ବିକ୍ରି କରିଦେବା ଅଭିଯୋଗରେ ମଦର ଟେରେସାଙ୍କ ନାମରେ ପରିଚାଳିତ ରାଞ୍ଚିର ଜେଲ ରୋଡ୍ରେ ଥିବା ମିସନାରିଜ୍ ଅଫ ଚାରିଟିର ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ନନ୍ (ସନ୍ୟାସିନୀ)ଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଅଟକ ନନ୍ଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବାରୁ ସେମାନଙ୍କୁ ଗିରଫ କରାଯାଇପାରେ ବୋଲି ପୁଲିସ କହିଛି।
ରାଞ୍ଚିର କୋଟଓ୍ଵାଲି ଥାନା ଇନସପେକ୍ଟର ଶ୍ୟାମାନନ୍ଦ ମଣ୍ଡଳଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାଞ୍ଜିର ଶିଶୁ କଲ୍ୟାଣ ସମିତିର ସଦସ୍ୟମାନେ ମିସନାରିଜ ୍ଅଫ୍ ଚାରିଟିକୁ ପରିଦର୍ଶନରେ ଯାଇଥିିବା ବେଳେ ଶିଶୁ ବିକ୍ରି ସମ୍ପର୍କରେ ସୂଚନା ମିଳିଥିଲା। ଅନୈତିକ ସମ୍ପର୍କରୁ ଅନ୍ତସତ୍ତ୍ୱା ହେବା ଏହି ଅନୁଷ୍ଟାନରେ କେତେକ ଅବିବାହିତ କୁମାରୀ ଝିଅ ସେମାନଙ୍କ ସନ୍ତାନଙ୍କୁ ଜନ୍ମ ଦେଉଥିଲେ। ପରେ କୁମାରୀ ମାଆ ଅନୁଷ୍ଠାନ ଛାଡ଼ି ଚାଲିିଯାଉଥିଲେ ମଧ୍ୟ ସେମାନଙ୍କ ଜନ୍ମିତ ଶିଶୁମାନେ ଏହି ଅନୁଷ୍ଠାନରେ ରହୁଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ଏହି କୁମାରୀ ମାଆମାନେ ସେମାନଙ୍କ ଜନ୍ମିତ ଶିଶୁକୁ ଭେଟିବାକୁ ଆସି ମିସନାରିଜ ଅଫ ଚାରିଟିର ଗେଟ୍ ପାଖରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ ମଧ୍ୟ ସେମାନଙ୍କୁ ଏହି ସୁଯୋଗ ମିଳୁ ନ ଥିଲା। ଶିଶୁ କଲ୍ୟାଣ ସମିତିର ସଦସ୍ୟ ପ୍ରତିମା ତିଓ୍ଵାରୀ କହିଛନ୍ତି ଯେ ଗତ ସପ୍ତହରେ କମିଟି ମିସନାରିଜ ଅଫ ଚାରିଟି ପରିଦର୍ଶନରେ ଯାଇଥିବା ବେଳେ ଏକ ଶିଶୁପୁତ୍ରର ପତ୍ତା ମିଳି ନ ଥିଲା। ଖୋଳତାଡ଼ କରିବାରୁ ସେଠାରେ ଉପସ୍ଥିତ ନନ୍ ଶିଶୁ କଲ୍ୟାଣ ସମିତିକୁ କହିଥିଲେ ଯେ ଶିଶୁପତ୍ରଙ୍କ କୁମାରୀ ମାଆ ତାଙ୍କୁ ନିଜ ସାଙ୍ଗରେ ନେଇ ଯାଇଛନ୍ତି। ମାତ୍ର ସେହି ଶିିଶୁପୁତ୍ରଙ୍କ ମାକୁ ପଚାରିବାରୁ ସେ ତାଙ୍କ ପୁଅକୁ ନେଇ ନ ଥିବା କହିଥିଲେ। ପରେ ଏ ନେଇ ସଂସ୍ଥା ସହିତ ଯୋଗାଯୋଗ କରିବାରୁ ଜଣାପଡ଼ିଥିଲା ଯେ ୧ଲକ୍ଷ ୨୦ ହଜାର ଟଙ୍କାରେ ଏହି ଶିଶୁ ପୁତ୍ରଟିକୁ ସେମାନେ ଉତ୍ତରପ୍ରଦେଶର ଜଣକୁ ବିକ୍ରିି କରି ଦେଇଥିଲେ।ପରେ ଶିଶୁପୁତ୍ରକୁ ଗ୍ରହଣ କରିଥିବା ଦମ୍ପତି କହିଥିଲେ ଯେ ସଂସ୍ଥା ସେମାନଙ୍କ ଠାରୁ ୧.୨ ଲକ୍ଷ ଟଙ୍କା ଶିଶୁ ଜନ୍ମ ସମୟରେ ହସ୍ପିଟାଲ ଖର୍ଚ୍ଚ ବାବଦରେ ନେଇ ତାଙ୍କୁ ଶିଶୁପୁତ୍ର ଦେଇଥିଲେ।
ଏ ନେଇ ପୁଲିସ ସଂସ୍ଥାର ଅନୀମା ଇନ୍ଦଓ୍ଵାର ନାମକ ଜଣେ ମହିଳାଙ୍କୁ ଗିରଫ କରିବା ପରେ ସେ ଶିଶୁ ପୁତ୍ରଟିକୁ ବିକ୍ରି କରାଯାଇଥିବା ସ୍ୱୀକାର କରିଥିଲେ। ପରେ ଏହିଭଳି ୫ଟି ଶିଶୁକୁ ବିକ୍ରି କରାଯାଇଥିବା ତଦନ୍ତ ବେଳେ ଜଣାପଡ଼ିଛି ବୋଲି ଇନସପେକ୍ଟର ମଣ୍ଡଳ କହିଛନ୍ତି।ଏହି ଘଟଣାରେ ଅତି ସନ୍ଦିଗ୍ଧ ଦୁଇଜଣ ନନ୍ଙ୍କ ଅଟକ ରଖି ପଚାଉଚରା କରାଯାଉଛି। ଖୁବ୍ ଶୀଘ୍ର ନନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଶ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି।