୨୬ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ପୁରୁଣା ଭୁବନେଶ୍ୱର : କଳ୍ପନା ଛକ ନିକଟ ଗୌତମ ନଗର ଅଞ୍ଚଳରେ ବ୍ରାଉନ୍‌ସୁଗାର ବ୍ୟବସାୟ କରୁଥିବା ଜଣେ ଯୁବକକୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରିଛି। ତାଠୁ ୨୬ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି। ଗିରଫ ଯୁବକ ଜଣକ ହେଲା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜ୍ୟୋତି ରଞ୍ଜନ ସ୍ୱାଇଁ(୪୨)। ସେ ବଡ଼ଗଡ଼ ଥାନା ଅଧୀନ ଗୌତମ ନଗରରେ ରୁହେ। ବଡ଼ଗଡ଼ ଥାନା ଆଇଆଇସି ଦିଲ୍ଲୀପ ସ୍ୱାଇଁଙ୍କ ସୂଚନା ଅନୁଯାୟୀ ଜ୍ୟୋତି କଳ୍ପନା ଛକ ନିକଟରେ ଏକ ଲସି ଦୋକନ କରିଥିଲା। ତେବେ ତାର ମୂଳ ବ୍ୟବସାୟ ଥିଲା ବ୍ରାଉନ୍‌ସୁଗାର। ସେ ଗୌତମନଗର ଗଳି ମୁହଁରେ ଖଟି କରିବା ସହ ସେଠାରେ ବ୍ରାଉନ୍‌ସୁଗାର ବିକ୍ରି କରୁଥିଲା। ଅପରାହ୍ନ ପ୍ରାୟ ୩ଟାରେ ପୁଲିସ ସେଠାରେ ଚଢ଼ଉ କରିଥିଲା। ତାର ଅନ୍ୟ ୪ ସହଯୋଗୀଙ୍କୁ ଗିରଫ କରିବା ପାଇଁ ପୁଲିସ ଛାନ୍‌ଭିନ୍‌ ଚଳାଉଛି।

ସମ୍ବନ୍ଧିତ ଖବର