ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେଶୁରା ଅଞ୍ଚଳର ଲକ୍ଷ୍ମଣ ପ୍ରଧାନ ନାମକ ଜଣେ ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣକୁ ଅଟକ ରଖିଛି। ସେ ହେଲେ କେଶୁରା ଅଞ୍ଚଳର ନବ ସାହୁ। ରାଜନୈତିକ ଶତ୍ରୁତାକୁ ନେଇ କିଛି ଦିନ ହେବ ଲକ୍ଷ୍ମଣ ଓ ନବଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ରବିବାର ରାତିରେ ଲକ୍ଷ୍ମଣ କେଶୁରା ପଡ଼ିଆ ନିକଟରେ ଥିବା ନବଙ୍କ ହୋଟେଲ୍ ନିକଟରେ ଠିଆ ହୋଇଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଚରମସୀମାରେ ପହଞ୍ଚି ଥିଲା। ଏମିତିକି ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ସେଠାରେ ଥିବା ନବଙ୍କ ସହଯୋଗୀ ମିଶି ଲକ୍ଷ୍ମଣଙ୍କୁ ଆକ୍ରମଣ କରିଥିଲେ। ଫଳରେ ଲକ୍ଷ୍ମଣଙ୍କ ମୁଣ୍ଡ ଫାଟି ଯାଇଥିଲା। ଏ ନେଇ ଲକ୍ଷ୍ମଣ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ନବଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପୂର୍ବ ଶତ୍ରୁତାରୁ ମାରପିଟ୍, ଜଣେ ଅଟକ
/sambad/media/post_attachments/wp-content/uploads/2018/01/arrested-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)