୪୦୦ ଲିଟର ଦେଶୀ ମଦ ସହିତ କାର ଜବତ, ଜଣେ ଗିରଫ 

ଭଦ୍ରକ: ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ ଏବଂ ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ  ସ୍ୱତନ୍ତ୍ର ଟି ମ୍।  ଗ୍ରାମାଞ୍ଚଳ  ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ରାଣୀତାଲ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଟିଏ ଟାଟା ଇଣ୍ଡିଗୋ କାରରୁ(ଓଆର-୧୯ଏନ-୩୩୩୫) ୪୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ତିହିଡି ଥାନା ଅନ୍ତର୍ଗତ ମିର୍ଜାପୁର  ଗ୍ରାମର ସେକ ରାଜୋଙ୍କୁ ଗିରଫ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏନେଇ ଅବକାରୀ ବିଭାଗ କେସ ନଂ-୨୭ /୨୧-୨୨ ମୂଳେ ମାମଲା ରୁଜ୍ଜୁ କରାଯାଇଛି।
ସମ୍ବନ୍ଧିତ ଖବର