ସେକ୍ସ ରାକେଟ ଘଟଣାରେ ଆଉ ଜଣେ ଗିରଫ, ଅଭିଯୁକ୍ତଙ୍କ ସଂଖ୍ୟା ପହଞ୍ଚିଲା ୬

ଭୁବନେଶ୍ୱର: ଏସ୍‌ଟିଏଫ୍‌ ଆଜି ସେକ୍ସ ରାକେଟ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତର ନାମ ପ୍ରଶାନ୍ତ କୁମାର ପ୍ରଧାନ ଓରଫ ବୁଲୁ (୩୨)। ସେ ଖୋର୍ଦ୍ଧା ଜିଲ୍ଲାର ଚନ୍ଦକା ଥାନା ଅନ୍ତର୍ଗତ ମାଲିପଡ଼ା ନିକଟ ଗୋଠପାଟଣା ନିବାସୀ ପଦ୍ମଲାଭ ପ୍ରଧାନଙ୍କ ପୁଅ।

ସୂଚନା ଅନୁସାରେ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ବୁଲୁ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଏସ୍‌ଟିଏଫ୍‌ ଆଜି ଅତର୍କିତ ଭାବେ ଚଢ଼ାଉ କରିଥିଲା। ଗିରଫ ସମୟରେ ବୁଲୁ ୨ ଜଣ ଯୁବତୀଙ୍କୁ ନେଇ ଗ୍ରାହଙ୍କ ପାଖରେ ପହଞ୍ଚାଇବା ଲାଗି ଯୋଜନା କରିଥିଲା। ଏସ୍‌ଟିଏଫ୍‌ ବୁଲୁକୁ ଗିରଫ କରିବା ସହିତ ତାଠାରୁ ଏକ ବୁଲେଟ ମୋଟର ସାଇକେଲ (ଓଡି ୩୩ ଜେଡ୍‌-୭୭୪୮) ଜବତ କରିବା ସହିତ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।

ସୂଚନାଯୋଗ୍ୟ, ସେକ୍ସ ରାକେଟ କାରବାର ସହିତ ଜଡ଼ିତ ପଞ୍ଚାନନ ପାଢ଼ୀ, ତା’ର ସ୍ତ୍ରୀ ପ୍ରୀତି ପାଢ଼ୀ ଓ କେଶବ ସାହୁଙ୍କ ସହଯୋଗୀ ଥିଲା ବୁଲୁ। ଗିରଫ ପରେ ଅଭିଯୁକ୍ତ ବୁଲୁକୁ ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯିବ। ସୂଚନାଯୋଗ୍ୟ ଗତ ଜାନୁଆରି ୨୧ ତାରିଖର ଏସ୍‌ଟିଏଫ୍‌ ଏକ ସେକ୍ସ ରାକେଟ ଘଟଣାର ପର୍ଦ୍ଦାଫାଶ କରିଥିଲା। ଏହି ସେକ୍ସ ରାକେଟ ଘଟଣା ସହିତ ବୁଲୁ ଜଡ଼ିତ ଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ମୋଟ ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୧୧ ଜଣ ଯୁବତୀ ଉଦ୍ଧାର ହୋଇଛନ୍ତି।

ସମ୍ବନ୍ଧିତ ଖବର