ଚାକିରି ଦେବାକୁ କହି ୨ ଲକ୍ଷ ନେଇଗଲେ; ମାଗିବାରୁ ମହିଳାଙ୍କୁ ମାଡ଼, ଜଣେ ଗିରଫ

ଭୁବନେଶ୍ବର : ନିଜକୁ କେତେବେଳ ଶିକ୍ଷକ, କେତେବେଳେ ସରକାରୀ ଅଫିସର ତ ଆଉ ‌କେତେବେଳେ ଓକିଲ କହୁଥିଲା। ଚାକିରି ଦେବାକୁ କହି ଅନେକ ଲୋକଙ୍କୁ ଠକିବା ପରେ ସୂର୍ଯ୍ୟ ନଗରର ଜଣେ ମହିଳାଙ୍କଠାରୁ ୨ ଲକ୍ଷ ନେଇଗଲା। ମାଗିବାରୁ ୪ ବନ୍ଧୁ ମିଳିମିଶି ମାଡ଼ ମାରିଲେ। ବେକରେ ବ୍ଲେଡ୍‌ ଲଗାଇ ହତ୍ୟା ଧମକ ଦେଲେ। ମହିଳାଜଣକ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଆଜି ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଉଛି ଭରତପୁରର ନିତ୍ୟାନନ୍ଦ ମହାନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

ମହିଳାଙ୍କ ଅଭିଯୋଗ ମୁତାବକ, ସୂର୍ଯ୍ୟନଗରରେ ଭଡ଼ା‌ଘରେ ରହିବା ବେଳେ ତାଙ୍କୁ ଜଣେ ଧରମ ଝିଅ ଭାବରେ ଗ୍ରହଣ କରିଥିଲେ। ତାଙ୍କୁ ଚାକିରି କରାଇ ଦେବାକୁ କହି ବିଭିନ୍ନ ସମୟରେ ୨ ଲକ୍ଷ ଟଙ୍କା ନେଇ ଯାଇଥିଲେ। ସେଠାରୁ ଘର ଭଡ଼ା ଛାଡ଼ି ସେ ଘାଟିକିଆ ଚାଲି ଆସିଥିଲେ। ଗତ ଅଗଷ୍ଟ ୧୫ ତାରିଖରେ ସେ ଟଙ୍କା ମାଗିବା ପାଇଁ ଯାଇଥିଲେ। ହେଲେ ଟଙ୍କା ଦେବା ପରିବର୍ତ୍ତେ ଧରମ ଝିଅ କରିଥିବା ସମ୍ପୃକ୍ତ ବ୍ୟକ୍ତି ତାଙ୍କୁ ମାଡ଼ ମାରିଥିଲେ। ସେଠାରେ ଅଭିଯୁକ୍ତର ଜଣେ ବନ୍ଧୁ ନିତ୍ୟାନନ୍ଦ ପହଞ୍ଚି ଟଙ୍କା ମାଗିଲେ ହତ୍ୟା କରାଯିବ ବୋଲି ବେକରେ ବ୍ଲେଡ୍‌ ଲଗାଇ ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର