ଭୁବନେଶ୍ୱର : ଦୋକାନ ଦୁଆର ମୁହଁରେ ପରିସ୍ରା କଲେ। ବାରଣ କରିବାରୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ସୁନା ଚେନ୍ ଛଡ଼ାଇ ନେଇଗଲେ। ଏହି କାରଣରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ପରେ ପାଖ ଲୋକ ଦୌଡ଼ି ଆସି ଜଣକୁ ମାଡ଼ି ବସିଲେ। ଆଉ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଗଲେ। ଗତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ମଞ୍ଚେଶ୍ବର ଥାନା ଅଞ୍ଚଳରେ ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକେ ଧରିଥିବା ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ଭୋଟପଡ଼ାର ପ୍ରଦୀପ୍ତ ନାଏକ। ମାଡ଼ରେ ଆହତ ଯୁବକ ତଥା ଅଭିଯୋଗକାରୀ ହେଉଛନ୍ତି ଚକେଇସିଆଣିର କିର୍ତ୍ତୀମନ୍ତ ଦାସ। ପ୍ରଦୀପ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କିର୍ତ୍ତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁ୍ତାବକ, ରାତି ପ୍ରାୟ ସାଢ଼େ ୯ଟା ବେଳେ କିର୍ତ୍ତୀ ତାଙ୍କର ଅନ୍ୟ ସାଙ୍ଗମାନଙ୍କ ସହ ରାସ୍ତା କଡ଼ରେ ନିଆଁ ଜାଳି ବସିଥିଲେ। ଏତିକିବେଳେ ଭୋଟପଡ଼ାର ପ୍ରଦୀପ ସମେତ ଅନ୍ୟ ତିନିଜଣ ଆସି ସେଠାରେ ଥିବା ଦୋକାନ ସମ୍ମୁଖରେ ପରିସ୍ରା କରିଥିଲେ। ଏହାକୁ କିର୍ତ୍ତୀ ବାରଣ କରିବାରୁ ସେମାନେ ମିଶି ଓଲଟା ଆକ୍ରମଣ କରିଥିଲେ। ଏଭଳି ଘଟଣା ଦେଖି କିର୍ତ୍ତୀଙ୍କ ସାଙ୍ଗ ଓ ନିକଟରେ ଥିବା ଅନ୍ୟ କେତେ ଜଣ ଆସି ପ୍ରଦୀପ୍ତକୁ ମାଡ଼ି ବସି ପୁଲିସକୁ ଖବର ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Man-Arrested-For-Attacks_Thumbnail.jpg)