ବାଲିଅନ୍ତା : ଗଣ୍ଡଗୋଳ ମାମଲାରେ ଜଣେ ଗିରଫ

ବାଲିଅନ୍ତା : ଏକ ଗଣ୍ଡଗୋଳ ମାମଲାରେ ବାଳକାଟି ଫାଣ୍ଡି ପୁଲିସ ଆଜି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ, ରଙ୍ଗଣିସାହିର ମୁସନ ପରିଡ଼ା (୫୪)। ମୁସନ୍‌ଙ୍କ ବିରୋଧରେ ମାହାଲ ସାହିର ନିବାସ ସାହୁ ଅଭିଯୋଗ କରିଥିଲେ। ପୁଲିସ ସୂଚନାନୁଯାୟୀ, ଜାଗାବାଡ଼ିକୁ କେନ୍ଦ୍ର କରି ମୁସନ ଓ ନିବାସଙ୍କ ମଧ୍ୟରେ ବିବାଦ ରହିଥିଲା। ଗତକାଲି ସଂଧ୍ୟାରେ ନିବାସଙ୍କ ବାପା ଡାକ୍ତରଖାନା ଛକ ବାଟେ ଯାଉଥିବା ବେଳେ ମୁସନ ତାଙ୍କୁ ଗାଳିଗୁଲଜ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମୁସନ ନିବାସଙ୍କୁ ମାଡ଼ ମାରି ଆହତ କରିଥିବା ସେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାର‌ରେ ପୁଲିସ ନଂ ୪/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଅପରପକ୍ଷେ ମୁସନଙ୍କ ପତ୍ନୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ନିବାସଙ୍କ ବିରୋଧରେ ମଧ୍ୟ ଆଉ ଏକ ପୃଥକ୍‌ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର