ଲୁଟ୍‌ ଅଭିଯୋଗରେ ଜଣେ ଗିରଫ

ପୁରୁଣା ଭୁବନେଶ୍ୱର : ଏୟାର ପୋର୍ଟ ଥାନା ଅଧିନ କେଳା ସାହି ବସ୍ତିର ଜଣେ ଦୋକାନୀଙ୍କୁ ମାଡ଼ ମାରି ଲୁଟ୍ କରିବା ଅଭିଯୋଗରେ ପୁଲିସ ପୁନିଆ ନାୟକ(୩୨)କୁ ଗିରଫ କରିଛି। ଗତ ୨୩ ଫେବୁଆରୀ ରାତ୍ରିରେ ସେହି ଅଞ୍ଚଳର ଜିତେନ୍ଦ୍ର ବିଶ୍ବାସ ପାନ ଦୋକାନ ବନ୍ଦ କରି ଫେରୁଥିଲେ। ପୁନିଆ ତାଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟି ନେଇଥିଲା। ଏନେଇ ଅଭିଯୋଗ ପରେ ଆଜି ପୁଲିସ ପୁନିଆକୁ ଗରିଫ କରି କୋର୍ଟ ଚାଲାଣ କରିଛି। ପୁନିଆ ନାମରେ ଏୟାର ଫିଲଡ୍‌ ଥାନାରେ ବହୁ ମାମଲା ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର