ପୁରୁଣା ଭୁବନେଶ୍ୱର : ଫରେଷ୍ଟ ପାର୍କ ଭିଆଇପି ଅଞ୍ଚଳଣ ଏକ ଦୋକାନର ତାଲା ଭାଙ୍ଗି ବ୍ୟାଟେରି ଚୋରି କରିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଟଣୀ କୁଦିଆରିର ସେକ୍ ବବୁଲୁ(୨୦)କୁ ଗିରଫ କରି ଆଜି ତାକୁ କୋର୍ଟଚାଲାଣ କରିଛି। ତେବେ ଏହି ଘଟଣାରେ ସଂପୃକ୍ତ ଆଉ ୨ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି। ପୁଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ପୁଲିସ ସୂଚନା ଅନୁଯାୟୀ, ବବୁଲୁ ଓ ତା’ର ଦୁଇ ସହଯୋଗୀ ଗତ ରାତି ପ୍ରାୟ ସାଢ଼େ ୨ଟାରେ ଫରେଷ୍ଟ ପାର୍କ ଭିଆଇପି ଅଞ୍ଚଳରେ ଥିବା ଏକ ବ୍ୟାଟେରି ଦୋକାନର ସର୍ଟର୍ ତାଲା ଭାଙ୍ଗି ଚୋରି କରିବାକୁ ଉଦ୍ୟମ କରୁଥିଲେ। ତେବେ ସ୍ଥାନୀୟ ଲୋକ ତାଲା ଭାଙ୍ଗିବା ଶବ୍ଦ ଶୁଣି ଦୋକାନ ମାଲିକ ଶୁଭେନ୍ଦୁ ନାୟକଙ୍କୁ ଫୋନ୍ କରିଥିଲେ। ଶୁଭେନ୍ଦୁଙ୍କଠାରୁ ଖବର ପାଇ ପୁଲିସ୍ ତତ୍କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ଏହା ଦେଖି ୨ ଦୁର୍ବୃତ୍ତ ଘଟଣାସ୍ଥଳରୁ ଖସି ଯାଇଥିବା ବେଳେ ବବୁଲୁ ଧରାପଡ଼ିଥିଲା।
ପୁରୁଣା ଭୁବନେଶ୍ୱର : ତାଲା ଭାଙ୍ଗି ଦୋକାନରୁ ଚୋରି, ଜଣେ ଗିରଫ
/sambad/media/post_attachments/wp-content/uploads/2020/04/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)