ପୁରୁଣା ଭୁବନେଶ୍ବର : ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ପୁରୁଣା ଭୁବନେଶ୍ବର : ଶ୍ରୀ ଲିଙ୍ଗରାଜ ଥାନା ଅଞ୍ଚଳର ଜଣେ ଦଳିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ସେହିଥାନା ଅଧୀନ ରାମେଶ୍ୱର ପାଟଣାର ଅମର କୁମାର ବେହେରା(୩୨)। ପୁଲିସ ସୂଚନା ଅନୁଯାୟୀ ଉଭୟେ ବିବାହିତ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଯୁବକ ଜଣକ ବିବାହ ପ୍ରତିଶ୍ରୁତି ଦେଇ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ମାତ୍ର ପରେ ବିବାହ ନକରି ଫେରାର ହୋଇଯିବାରୁ ମହିଳା ଜଣକ ଦୁଷ୍କର୍ମ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର