ବଲାଙ୍ଗୀର: ୧୨.୮୪ କୋଟି ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଟିଟିଲାଗଡ଼ରୁ ବ୍ୟବସାୟୀ ଗିରଫ

ଟିଟିଲାଗଡ଼: ୧୨ କୋଟି ୮୪ ଲକ୍ଷ ଟଙ୍କାର ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଟିକସ ଫାଙ୍କିବା ଅଭିଯୋଗରେ ପୁଲିସ ଗୁରୁବାର ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ରାଜ୍ୟ ଜିଏସ୍‌ଟି କମିସନଙ୍କ ନିର୍ଦ୍ଦେଶ କ୍ରମେ ଜଏଣ୍ଟ ଏନଫୋର୍ସମେଣ୍ଟ ଟିମ୍‌ (ସମ୍ବଲପୁର-ବଲାଙ୍ଗୀର-ରାଉରକେଲା) ମିଳିତ ଚଢ଼ାଉ କରି ଅଭିଯୁକ୍ତ ତୀର୍ଥଙ୍କର ପଟେଲଙ୍କୁ ଡିଏଭି କଲେଜ ନିକଟ ବାସଭବନରୁ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଗିରଫ କରିଛି। ତୀର୍ଥଙ୍କର ପଟେଲଙ୍କୁ ଟିଟିଲାଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ ଓଡ଼ିଶାରେ ପ୍ରଥମ ଥର ଜିଏସ୍‌ଟି ଫାଙ୍କିବା ନେଇ ଏକ ବଡ଼ଧରଣର ମାମଲା ସାମ୍ନାକୁ ଆସିଛି। ମାମଲାର ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର