ଭୁବନେଶ୍ୱର : ଦିନ ଦ୍ୱିପ୍ରହରେ ରାଜଧାନୀ କେନ୍ଦ୍ରସ୍ଥଳ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଜଣେ ଯୁବକଙ୍କୁ ପ୍ରଣାନ୍ତକ ଆକ୍ରମଣ କରି ୨୦ ହଜାର ଟଙ୍କା ଲୁଟ୍। ଏଭଳି ଏକ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିଛି। ତା ନାଁ ଭବାନୀ ବାଦସିଆ। ଏଠାରେ ସେ ପୁରୁଣା ଭୁବନେଶ୍ୱରସ୍ଥିତ ବିବେକାନନ୍ଦ ମାର୍ଗରେ ରୁହେ। ଅନ୍ୟପଟେ ଘଟଣାରେ ସମ୍ପୃକ୍ତ ଥିବା ଭବାନୀର ୩ଜଣ ସହଯୋଗୀ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି।
ପୁଲିସ ସୂଚନା ମୁତାବକ, କେନ୍ଦୁଝର ଅଞ୍ଚଳର ପ୍ରଶାନ୍ତ କୁମାର ମହନ୍ତ ନାମକ ଜଣେ ଯୁବକ କାର ସାଇଲେନ୍ସର ବଦଳାଇବା ପାଇଁ ଭୁବନେଶ୍ୱର ଆସିଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଭବାନୀ ପ୍ରଶାନ୍ତଙ୍କୁ ଡାକି ସାଇଲେନ୍ସର ବଦଳାଇବା ନେଇ ଟଙ୍କା ମାଗିଥିଲା। ଏହାକୁ ନେଇ ଭବାନୀ ଓ ପ୍ରଶାନ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଭବାନୀର ୩ ସହଯୋଗୀ ପ୍ରଶାନ୍ତଙ୍କ ବେକରେ ଛୁରି ଲଗାଇ ତାଙ୍କ ପକେଟ୍ରୁ ୨୦ଜହାର ଟଙ୍କା ନେଇଯାଇଥିଲେ। ପ୍ରଶାନ୍ତକୁ କାର୍ରେ ନେଇ ଅଶୋକ ନଗରରେ ଥିବା ୟୁକୋ ବ୍ୟାଙ୍କ ନିକଟକୁ ଯାଇଥିଲେ। ସେଠାରେ ଏଟିଏମ୍ରୁ ଅଧିକ ଟଙ୍କା ଉଠାଇବାକୁ କହିଥିଲେ। ଅଭିଯୁକ୍ତମାନେ ଏଟିଏମ୍ରେ ପଶିବା ମାତ୍ରେ ପ୍ରଶାନ୍ତ ଚୋର ଚୋର କହି ଚିତ୍କାର କରିଥିଲା। ସ୍ଥାନୀୟ ଲୋକମାନେ ଭବାନୀକୁ କାବୁ କରିଥିଲେ ମଧ୍ୟ ଅନ୍ୟ ୩ ଖସି ପଳାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/arrested-handcuffs-1.jpg)
