ଡକାୟତି ଯୋଜନା ପଣ୍ଡ : ଶଳା ଖସିଗଲା ଭିଣୋଇ ଗିରଫ, ୨ବନ୍ଧୁକ ଓ ଗୁଳି ଜବତ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗତକାଲି ସଂଧ୍ୟାରେ ବୁଦ୍ଧପାର୍କ ଅଞ୍ଚଳରୁ ଜଣେ କୁଖ୍ୟାତ ଅପରାଧୀକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ପିଙ୍କୁ ଦିଗାଲ(୩୦)। ସେ କନ୍ଧମାଳ ଜିଲ୍ଲା ବିଶିପଡ଼ା ଥାନା ଅଧୀନ ଡ଼ୁଙ୍ଗୁରୀଗଡ଼ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ଭୁବନେଶ୍ବର ଏୟାରପୋର୍ଟ ଥାନା ଅଧୀନ କାର୍‌ଗିଲ ବସ୍ତି ମଙ୍ଗଳାସାହିରେ ପରିବାର ସହ ରହୁଛି। ଗତକାଲି ସେ ନୀଳାଦ୍ରିବିହାର ବସ୍ତି ଅଞ୍ଚଳରେ ରହୁଥିବା ଶଳା ସହ ମିଶି ଚନ୍ଦ୍ରଶେଖରପୁର ଲୁମ୍ବିନି ବିହାର ବୁଦ୍ଧପାର୍କ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୁଲିସ୍ ହାତରେ ଧରାପଡ଼ିଛି। ପୁଲିସ ତା’ଠାରୁ ଦୁଇଟି ବନ୍ଧୁକ ଓ କିଛି ଗୁଳି ଜବତ କରିଛି।

ଘଟଣା ଅନୁଯାୟୀ ସେ ଗୋଟିଏ ୯ ଏମ୍‌ଏମ୍ ବନ୍ଧୁକ ଓ ଆଉ ଗୋଟିଏ ରିଭଲଭର ସହ ବାଇକ୍‌ ଯୋଗେ ତା’ ଶଳା ସହ ପାର୍କର ଏକ ଅନ୍ଧାରିଆ ସ୍ଥାନରେ ଠିଆହୋଇ ଜଣେ ବ୍ୟବସାୟୀଙ୍କୁ ଲୁଟ୍ କରିବା ପାଇଁ ଛକିଥିବା ବେଳେ ପୁଲିସ ଭ୍ୟାନ୍ ଦେଖି ହଡ଼ବଡ଼‌ ହୋଇ ଯାଇଥିଲେ। ପୁଲିସ ସେମାନଙ୍କର ଗତିବିଧି ଦେଖି ପିଙ୍କୁକୁ ମାଡ଼ି ବସିଥିଲା। ସେହି ସମୟରେ ତା ଶଳା ଖସି ପଳାଇଥିଲା। ଅଭିଯୁକ୍ତ ନିକଟରୁ ୨ଟି ଜୀବନ୍ତ ଗୁଳି, ୭ ଖୋକା, ମୋବାଇଲ୍ ଫୋନ୍, ବାଇକ୍ ଜବତ କରିଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯାଇଛି।

ସମ୍ବନ୍ଧିତ ଖବର